Saturday, November 14, 2026
Home ଆଞ୍ଚଳିକ ମୁନିଗୁଡା ଥାନା ଆଇ ଆଇ ସି ସୁଜ୍ଞାନୀ ଦେବୀଙ୍କ ଦ୍ଵାରା ବରିଷ୍ଠ ନାଗରିକଙ୍କୁ ମିଳିବ ପରିଚୟପତ୍ର।

ମୁନିଗୁଡା ଥାନା ଆଇ ଆଇ ସି ସୁଜ୍ଞାନୀ ଦେବୀଙ୍କ ଦ୍ଵାରା ବରିଷ୍ଠ ନାଗରିକଙ୍କୁ ମିଳିବ ପରିଚୟପତ୍ର।

112

ରାୟଗଡ଼ା , ୨୫/୦୭/୨୨ (ଜିଲ୍ଲା ଖବର) : ସମାଜରେ ମନୁଷ୍ୟକୁ ଷାଠିଏ ବର୍ଷ ପୂର୍ତ୍ତି ହୋଇଗଲେ ସାଧାରଣତଃ ବୃଦ୍ଧରେ ପରିଣତ ହୋଇଥାନ୍ତି। କିଏ ଯଦି ଚାକିରୀ କରିଥାଏ ଏତିକି ବୟସ ହେଵା ମାତ୍ରେ ଅବସର ନେଵା ନିଶ୍ଚିତ ହୋଇପଡି ଥାଏ , ଅପରପକ୍ଷରେ ସାଧାରଣ ଲୋକଟି ଏହି ପରିଣତ ବୟସରେ ନିଜକୁ ଦୁର୍ବଳ ମଣି ଵିଭିନ୍ନ କାମ କାର୍ଯ୍ୟ କରିବାରେ ଶକ୍ତି ନଥାଏ ଏବଂ ଇଛାଶକ୍ତି କମିଯାଇଥାଏ। ଯାହାଫଳରେ କି, ଵହୁତ କ୍ଷେତ୍ରରେ ସେ ଅନ୍ୟ ଆଖିରେ ଅଲୋଡା ମଣିଷ ପାଲଟି ନିଜକୁ ଅସୁରକ୍ଷିତ ମଣୁଥାଏ। ସମାଜରେ ଏପରି ନିର୍ଯ୍ୟାତନା ପାଉଥିବା ଵରିଷ୍ଠ ନାଗରିକମାନଙ୍କ ପାଇଁ ସୁଚିନ୍ତିତ ସୁରକ୍ଷା ଏବଂ ସହାୟତା କଵଚ ପୋଲିସ୍ ଦ୍ଵାରା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା ।ଏହି ଅବସରରେ ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଆଇ ଆଇ ସି ଶ୍ରୀମତୀ ସୁଜ୍ଞାନୀ ସାହୁଙ୍କ ଦ୍ଵାରା ଏଥିପୂର୍ବରୁ ଲୋକମାନଙ୍କୁ ଅଵଗତ କରାଯାଇ ଦରଖାସ୍ତ ଆହ୍ୱାନ କରାଯାଇଥିଲା। ସେହି ଉପଲକ୍ଷେ ଆଜି ଆଇ ଆଇ ସି ଶ୍ରୀମତୀ ସାହୁଙ୍କ ନେତୃତ୍ବାଧୀନ ପ୍ରକୋଷ୍ଠରେ ବରିଷ୍ଠ ନାଗରିକଙ୍କ ଵୈଠକ ଵସିଥିଲା। ଏହି ବୈଠକରେ ଯେଉଁ ଵରିଷ୍ଠ ନାଗରିକମାନେ ଦରଖାସ୍ତ କରିଥିଲେ, ସେଥିମଧ୍ୟରୁ କାହାର ମୃତ୍ୟୁ ହୋଇଥିବା ଏବଂ କେହି ମୁନିଗୁଡା ଛାଡି ଚାଲିଯାଇଥିବା ତଦନ୍ତ କରାଯାଇ ସେମାନଙ୍କୁ ଵାଦ୍ ଦିଆଗଲା ଏବଂ ବଳକା ଥିବା ଉପସ୍ଥିତ ବରିଷ୍ଠ ନାଗରିକମାନଙ୍କୁ ଶ୍ରୀମତୀ ସାହୁ ପରିଚୟ ପତ୍ର ସ୍ଵାଧୀନତା ଦିବସ ଦିନ ପ୍ରଦାନ କରାଯିବାକୁ କହିଥିଲେ।ଅନ୍ୟପକ୍ଷରେ କହିଛନ୍ତି ପୋଲିସ୍ ଆପଣଙ୍କ ସାଥିରେ ରହିଛି ଏବଂ ରହିବ ଵୋଲି ଭାବନ୍ତୁ । ସଵୁ କ୍ଷତ୍ରରେ ବରିଷ୍ଠନାଗରିକମାନଙ୍କୁ ଅଗ୍ରାଧିକାର ମିଳିବ । ଆପଣମାନେ ନିଜକୁ ଅସୁରକ୍ଷିତ ମଣନ୍ତୁ ନାହିଁ ଏହି ପରିଚୟ ପତ୍ର ଆପଣଙ୍କର ଏକ ପ୍ରକାର ଆଖି ସଦୃଶ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେତେବେଳେ ଯେଉଁ ମୂହୁର୍ତ୍ତରେ ମୋର ସହଯୋଗ ସାହାଯ୍ୟ ଚାହିଲେ ମୁଁ ନିଶ୍ଚିତ ଭାଵେ କାର୍ଯ୍ୟକାରୀ କରିଵି ବୋଲି ଆଇ ଆଇ ସି ପ୍ରକାଶକରି ଥିଲେ। ଆଇ ଆଇ ସି ଶ୍ରୀମତୀ ସାହୁଙ୍କର ଏହି କେଇପଦ କଥା ଵରିଷ୍ପ ନାଗରିକମାନଙ୍କ ମନ ଛୁଇଁଵା ସହ ତାଙ୍କୁ ଵହୁତ ପ୍ରଶଂସା କରିଥିଲେ। ଏହି ଵୈଠକରେ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ଥିଲେ ଵ୍ରହ୍ମାନନ୍ଦ ଆଚାରୀ, ରାଧାପ୍ରସାଦ ସାହୁ, ଚନ୍ଦ୍ରଶେଖର ପଟ୍ଟନାୟକ, ହୃଦୟା ନନ୍ଦ ନାୟକ, ଭାସ୍କର ତ୍ରିପାଠୀ, ସାମ୍ବାଦିକ ଗଣେଶ୍ଵର ରାଓ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।