ଲାଞ୍ଜିଆ ପଞ୍ଚାୟତ ବୁଲିଦେଖିଲେ ଜିଲ୍ଲାପାଳ

21

କୁକୁଡାଖଣ୍ଡି,୨୦/୮(ଇ ରଞ୍ଜନ) : ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ ଆଜି କୁକୁଡାଖଣ୍ଡି ବ୍ଲକ ଅନ୍ତଗର୍ତ ଲାଞିଆ ପଞାୟତକୁ ଅଚାନକ ଗସ୍ତ କରିଛନ୍ତି । ଜିଲ୍ଲାପାଳ ଦିଗପହଣ୍ଡିରୁ କାର୍ଯ୍ୟକ୍ରମ ସାରି ସାରି ବ୍ରହ୍ମପୁର ଫେରୁଥିବା ସମୟରେ ନୂତନ ଭାବେ ତିଆରି ହୋଇଥିବା ମଡେଲ ପଞ୍ଚାୟତ ଗୃହ ବୁଲିଦେଖିବା ସହ ନିକଟରେ ହେବାକୁ ଥିବା ପାର୍କ ପରିଦର୍ଶନ କରିବା ସହ କାର୍ଯ୍ୟର ସମିକ୍ଷା କରିଥିଲେ । ଜିଲ୍ଲାପାଳଙ୍କ ସହ ବିଡିଓ ଜୀବନଚନ୍ଦ୍ର ମଲ୍ଲିକ ,ଜିଆରଏସ ରୋକି ପାତ୍ର , ନଏବ ସରପଞ୍ଚ ଅନିଲ ଗୌଡ,ଗୋବିନ୍ଦ ଗୌଡ,ସିମାଞଳ ଗୌଡ ଉପସ୍ଥିତ ଥିଲେ ।