
କୋଦଳା (ଜିଲ୍ଲା ଖଵର) : ସୋମବାର ବେଗୁନିଆପଡା ବ୍ଲକ ଫାସି ଶ୍ରୀ ମାଣୀକେଶ୍ଵର ମନ୍ଦୀର ପ୍ରାଙ୍ଗଣ ରେ ଭାରତ ସରକାରଙ୍କ ଏଡିଆଇପି ଯୋଜନା ଓ ଗଞ୍ଜାମ ଜିଲ୍ଳା ପ୍ରଶାସନ , ଭୁବନେଶ୍ବର କ୍ରୂତ୍ରିମ ଅଙ୍ଗ ଉତ୍ପାଦନ କେନ୍ଦ୍ର ସହଯୋଗ ତଥା ଫାସି ସରପଞ୍ଚ ନବୀନ କୁମାର ଦଳେଇଙ୍କ ଉଦ୍ୟମ କ୍ରମେ ପଞ୍ଚାୟତ ସ୍ତରୀୟ ଦିବ୍ୟାଙ୍ଗ ଚିହ୍ନଟ ଶିବିର ଆୟୋଜିତ ହୋଇଯାଇଛି ୲ ଏହି ଶିବିର ରେ ନିଭିନ୍ନ ବର୍ଗର 547ଜଣ ଦିବ୍ୟାଙ୍ଗ ଯୋଗଦେଇ ଥିବା ବେଳେ ସେମାନଙ୍କ ମଧ୍ୟରୁ 250ଜଣ ଙ୍କୁ କ୍ରୂତ୍ରିମ ଅଙ୍ଗ ପ୍ରଦାନ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ୲ସେମାନଙ୍କ ମଧ୍ୟ ରେ ଟ୍ରାଇ ସାଇକଲ , ହ୍ଵୀଲ ଚେୟାର , ଶ୍ରବଣ ଯନ୍ତ୍ର , ଆଶା ବାଡି ତଥା ଅନ୍ୟାନ୍ୟ ଦିବ୍ୟାଙ୍ଗ ଯନ୍ତ୍ରପାତି ପ୍ରଦାନ କରାଯିବ ବୋଲି ଲାଏନ୍ସ କ୍ଲବ ସଭାପତି ଓ ସରପଞ୍ଚ ନବୀନ କୁମାର ଦଳେଇ ପ୍ରକାଶ କରିଛନ୍ତି ୲ବଣ୍ଟନ ଶିବିର 15ଦିନ ମଧ୍ୟ ରେ ଅନୁଷ୍ଠିତ ହେବ ବୋଲି ପ୍ରକାଶ କରିଥିଲେ ୲ ଏହି ଶିବିର କୁ ମାଣୀକେଶ୍ଵର ପରିଚାଳନା କମିଟି ସମ୍ପୁର୍ଣ ସହଯୋଗ କରିଥିଲେ ୲



