Thursday, November 12, 2026
Home ଆଞ୍ଚଳିକ ପୁନଃ ରାସ୍ତା ନିର୍ମାଣ ପାଇଁ ଲୋକେ କଲେ ଦାବି ।

ପୁନଃ ରାସ୍ତା ନିର୍ମାଣ ପାଇଁ ଲୋକେ କଲେ ଦାବି ।

42

ହିଞ୍ଜିଳିକାଟୁ , ୨୫/୦୭/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଚାନ୍ଦୁଲି ପଂଚାୟତ ଦେଇ ଯାଇଥିବା କାଞ୍ଜିଆ ଗାଁ, ବୋଇରାଣୀ ରାସ୍ତା

କାମରେ ହୋଇଛି ମହା ଦୁର୍ନୀତି କିଛି ମାସ ତଳେ ପକା ସଡ଼କ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଶୁଭ ଲକ୍ଷା ଧିକ ଟଙ୍କା ରେ ହେଲା ପକା ସଡ଼କ ହେଲେ ସାତ ରୁ ଆଠ ମାସପୁରୀ ନାହିଁ ରାସ୍ତା ଅବସ୍ଥା ପୁରା ବେକାର ନିମ୍ନ ମାନର କାମକରି ଠିକାଦାର ଓ ସରକାରୀ ବାବୁ ଙ୍କ ମଧୁ ଚନ୍ଦ୍ରିକା ପଦାରେ ପଡ଼ିଛି ।


ରାସ୍ତା କଡ଼ରେ ଲାଗିଛି ଫଳକ ଦେଖିବାକୁ ନୁଆଁ ଓ ଚକ ଚକ ହେଲେ ଯେଉଁ ରାସ୍ତା ପାଇଁ ଫଳକ ଲାଗିଛି ସେଇ ରାସ୍ତା ଆପଣ ଦେଖିଲେ ଆଖି କୁ ବିଶ୍ୱାସ କରିବେ ନାହିଁ ଗତ ଡିସେମ୍ବର ମାସ ରେ ଏହି ରାସ୍ତା କୁ ଶୁଭ ଦେବା ପରେ ଠିକା ଦାର ତିଆରି କରିଥିଲି ।

ପକା ରାସ୍ତା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ହିଞ୍ଜିଳି କାଞ୍ଜିଆଗାଁ ରାସ୍ତା ଦେଖି ଲୋକେ ବେଶ ଖୁସି ହୋଇଯାଇଥିଲେ । କିନ୍ତୁ ସାତ ମାସ ପରେ ଲୋକଙ୍କ ଖୁସି ମିଳେଇ ଯାଇଛି । ରାସ୍ତା ଆରମ୍ଭ ରୁ ଖାଲ ଖମା କେଉଁଠି ଛାଲ ଉଠି ଗଲାଣି ତ କେଉଁଠି ମାଟି ଦୁସିଲାଣି ଯାହାକୁ ନେଇ ଅଞ୍ଚଳ ବାସି ଅସନ୍ତୋଷ ହୋଇଛନ୍ତି ।


ଏମିତି ରାସ୍ତା ତିଆରି ହୋଇଛି ବର୍ଷେ ଭି ଗଲାନି ଏହାହିଁ ପ୍ରଣାମ ହୋଇଛି ଲକ୍ଷ ଲକ୍ଷ ଟଙ୍କାର ରାସ୍ତା ମହା ଦୁର୍ନୀତି ହୋଇଛି ଗ୍ରାମିୟ ଉର୍ଣ୍ଣୟନ ବିଭାଗ ଅଧୀନ ରେ ଥିବା ସଡ଼କ ରେ ଦୁର୍ନୀତି ହୋଇଥିବା ହିଞ୍ଜିଳି ଯୁବ କଂଗ୍ରେସ କହିଛନ୍ତି ଏହା ସହ ତୁରନ୍ତ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ସହ ପୁଣି ତୁରନ୍ତ କାମ ସାରିବା ପାଇଁ ଦାବି ହୋଇଛି ।


ଏହାର ପ୍ରତିକ୍ରିୟା ପାଇଁ ହିଞ୍ଜିଳି ସହର ରେ ଥିବା ଗ୍ରାମୀୟ ଉର୍ନୟନ ଅଫିସ କୁ ଆମ ପ୍ରତିନିଧି ଯାଇଥିଲେ । ଅନେକ ଥର ସେଠି କୌଣସି ବାବୁ ଙ୍କ ଦେଖା ନଥିଲା ।

ଏହା ସହ ଦେଖିବାକୁ ପାଇଥିଲୁ ଗ୍ରାମୀୟ ଉର୍ନୟନ ଅଫିସଟି ମଦୁଆ ଙ୍କ ଆଡା ସ୍ଥଳ ପାଲିଟିଛି ଶେଷେରେ ଆମତରଫରୁ ଗୋଟିଏ ଅନୁରୋଧ ଏହି ରାସ୍ତା କାମ ଉଚ୍ଚ ସ୍ତରୀୟ ତଦନ୍ତ ହୋଇ ପୁନଃ ରାସ୍ତା ନିର୍ମାଣ କରାଯାଉ ।

ହିଞ୍ଜିଳିକାଟୁ ରୁ ରଜନୀକାନ୍ତ ପାତ୍ରଙ୍କ ରିପୋର୍ଟ ଜିଲ୍ଲା ଖବର ।