Saturday, November 14, 2026
Home ଆଞ୍ଚଳିକ ବ୍ଲକ ସ୍ତରୀୟ ସନ୍ଥ କବି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ।

ବ୍ଲକ ସ୍ତରୀୟ ସନ୍ଥ କବି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ।

98

ବେଗୁନିଆ ପଡା, ୨୫/୦୭/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ରେ ସୋମବାର ଦିନ ବ୍ଲକ ସ୍ତରୀୟ ସନ୍ଥକବି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହାକୁ ବ୍ଲକ ଅଧକ୍ଷା ଶ୍ରୀମତୀ ରେଣୁ ଗୌଡ଼ ଉଦଘାଟନ କରିଥିବା ବେଳେ ବିଡିଓ ବାସୁଦେବ ନାୟକ,

ଏ ବିଡ଼ିଓ ନିରଞ୍ଜନ ବେହେରା, ଉପାଧ୍ୟାକ୍ଷ ସୁଧାକର ପ୍ରଧାନ,ବି ଏସ ଏସ ଓ ଅରୁଣ କୁମାର ନାୟକ ସମାଜସେବୀ ମହେଶ୍ୱର ବରାଡ଼, ହୃଷିକେଶ ମେହେଣା, ବ୍ଲକ କର୍ମଚାରୀ ମାନେ ସହଯୋଗ କରିଥିଲେ ।

ଏହି ଶିବିର ରେ ମୋଟ ୭୪୨ ଜଣ ଭିନ୍ନକ୍ଷମ ଆବେଦନ କରିଥିବା ବେଳେ ସାର୍ଟିଫିକେଟ, ଋଣ, ଭତ୍ତା, ବସ ଓ ଟ୍ରେନ ରିହାତି, ରାସନ କାର୍ଡ ଇତ୍ୟାଦି ପାଇଁ ୮୧୭ ଜଣ ଆବେଦନ କରିଛନ୍ତି ।

ଏଥି ସହ ବିଭିନ୍ନ ବ୍ୟବହାର ଉପକରଣ ପାଇଁ ୧୪୧ ଜଣ ଆବେଦନ କରିଥିବା ବି ଏସ ଏସ ଓ କହିଛନ୍ତି ।

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।