
କୋଦଳା (ଜିଲ୍ଲା ଖଵର) : ବେଗୁନିଆପଡ଼ା ବ୍ଳକ ର ସମସ୍ତ ଗାଁ ସାଥୀ (ମେଟ) ମାନେ ସୋମବାର ଦିନ ବି ଡି ଓ ପ୍ରଦୀପ କୁମାର ପଣ୍ଡା ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି l ସଂଘର ସଭାପତି ରବିନ୍ଦ୍ର ନାଥ ଗଉଡ ଓ ସମ୍ପାଦକ ଚରଣ ନାୟକ ଙ୍କ ନେତୃତ୍ଵରେ ସ୍ଥାନୀୟ ସିଦ୍ଧେଶ୍ୱର ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଗଞ୍ଜାମ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା 13 10 ତା 6/2/19 ଓ ପତ୍ର ସଂଖ୍ୟା 85 1 ତା 17/9/19 ରେ ଦୁଇ ଦୁଇ ଥର ବ୍ଲକକୁ ଚିଠି କରିଛନ୍ତି କି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ସମସ୍ତ କାର୍ଯ୍ୟର କାର୍ଯ୍ୟାଦେଶ ଗାଁ ସାଥୀ ମାନଙ୍କ ନାମରେ କରିବା ପାଇଁ ଏପରି କି ପଞ୍ଚାୟତରାଜ ପ୍ରମୁଖ ଶାସନ ସଚିବ ପତ୍ର ସଂଖ୍ୟା 23735 ତା 17/9/19 ରେ ମଧ୍ୟ ଗାଁ ସାଥୀ ମାନଙ୍କୁ ପର୍ଯ୍ୟାପ୍ତ ପରିମାଣର କାର୍ଯ୍ୟ ଯୋଗାଇ ଦେବା ଓ ଗାଁ ସାଥୀ ମାନଙ୍କୁ ନେଇ ସାପ୍ତାହିକ କିମ୍ବା ମାସିକ ସମୀକ୍ଷା ବୈଠକ କରିବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ବ୍ଲକ ସ୍ତରରେ ତାହା କାର୍ଯ୍ୟକାରୀ କରାଯାଉନାହିଁ l ଏ ସମସ୍ତ ବିଷୟ ଆଲୋଚନା କରାଯିବା ପରେ ଉକ୍ତ ଦାବି ସମ୍ବଳିତ ଏକ ପତ୍ର ବି ଡି ଓ ଙ୍କ କାର୍ଯ୍ୟାଳୟ କୁ ଆସି ପ୍ରଦାନ କରିଥିଲେ l



