Thursday, November 12, 2026
Home ଆଞ୍ଚଳିକ ଦୃଷ୍ଟିହୀନ ବୋଲବମ ଭକ୍ତ ମାନଙ୍କୁ ସହାୟତାର ହାତ ବଢ଼ାଇଲେ ।

ଦୃଷ୍ଟିହୀନ ବୋଲବମ ଭକ୍ତ ମାନଙ୍କୁ ସହାୟତାର ହାତ ବଢ଼ାଇଲେ ।

79

ବ୍ରହ୍ମପୁର , ୨୫/୦୭/୨୨ ( ଜିଲ୍ଲା ଖବର ) : ପ୍ରତ୍ୟେକ ମନୁଷ୍ୟ କିଛି ନା କିଛି କରିବାକୁ ଇଚ୍ଛା ଥାଏ ।

ସେହିପରି ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଥିବା ହେତୁ ବ୍ରହ୍ମପୁର ସହରର ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଦୃଷ୍ଟିହୀନ ଭକ୍ତ ମାନେ ସକାଳ ୫.୦୦ ଘଣ୍ଟା ସମୟରେ ଲାଠି ଗ୍ରାମରୁ ପାଣି ଧରି ସକାଳ ୬.୩୦ ରେ ସୁକୁଣ୍ଡା ଠାରେ ଥିବା ଶୈବପୀଠ ରେ ଜଳାଭିଷେକ କରିବେ ।

ଏହି ସମସ୍ତ ଭକ୍ତଙ୍କ ସୁବିଧା ସ୍ୱେଚ୍ଛାସେବୀ ସଙ୍ଗଠନ “ବିପଦର ବନ୍ଧୁ” ପକ୍ଷରୁ ଆୟୋଜନ କରାଯାଇଛି । ଦୃଷ୍ଟିହୀନ ମାନଙ୍କ ମୁଖ୍ୟ ଭବାନୀ ଦାସ ନିଜର
ସାଥି ମାନଙ୍କୁ ନେଇ ବାହାରି ଥିଲେ ।

ସେମାନଙ୍କ ଚାଲିବା ରାସ୍ତାରେ ବିପଦର ବନ୍ଧୁର ସଭାପତି ରବୀନ ସାହୁ ଓ ତାଙ୍କରି ୧୬ ଜଣ ସହଯୋଗୀ ସବୁ ପ୍ରକାର ସହଯୋଗ କରୁଥିଲେ । ଶେଷରେ ଜଳାଭିଷେକ ସରିଲାପରେ ଦୃଷ୍ଟିହୀନ ଭକ୍ତ ମାନଙ୍କୁ ଯଥା ସ୍ଥାନରେ ଛାଡିଥିଲେ । ତେବେ ସମସ୍ତଙ୍କ ପାଇଁ ସକାଳ ଜଳଖିଆ ସେବନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।