
ବ୍ରହ୍ମପୁର , ୨୫/୦୭/୨୨ ( ଜିଲ୍ଲା ଖବର ) : ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ
କମ୍ୟୁନିଟି ହଲ ଠାରେ ଓଡିଶା ସେଲେସ ରିପ୍ରେଜେଣ୍ଟିଭ ସଂଘର ୧୦ତମ ଜିଲ୍ଲା ସମିଳନୀ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥି ରୂପେ ଭେଷଜ ବିସେଷଜ୍ଞ ଡାକ୍ତର ନିହାର ରଞ୍ଜନ ଯୋଗଦେଇ ସଙ୍ଘର କର୍ମ କର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ ।

ଅଶ୍ରୁର ଜିଲ୍ଲା ସମ୍ପାଦକ ଲକ୍ଷ୍ମଣ ନାୟକ ପତାକା ଉତ୍ତୋଳନ କରି ସଭା ଆରମ୍ଭ କରିଥିଲେ । ସିପିଏମ ରାଜ୍ୟ ସମ୍ପାଦକ ଅଳିକିଶର ପଟ୍ଟନାୟକ ସ୍ୱମିଳନି ଉଦଘାଟନ କରିଥିଲେ ।

ଏହି ସଭାର ମୁଖ୍ୟ ବିଷୟ ହେଲା କେନ୍ଦ୍ର ସରକାରଙ୍କ ଔଷଧ ମlରଣା ନୀତି ଔଷଧ ଉପରେ 0/ପରସେଣ୍ଟ GST ଲାଗୁ କରିବା ଓ ରିପ୍ରେଜେଣ୍ଟ ମାନଙ୍କ ଉପରେ ମାଲିକଙ୍କ ଓ ଅଙ୍କୁଶ ଲଗାଇ କରୁଥିବା ଆକ୍ରମଣକୁ ନିନ୍ଦା କରି ଏହାକୁ ଆଗାମୀ ଦିନରେ ଏକ ବଡ ଆନ୍ଦୋଳନ କରିବା ପାଇଁ ସ୍ଥିର କରାଯାଇଛି ।


ଅନ୍ୟ ମାନଙ୍କ ମଧ୍ୟରେ ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ ଅଶ୍ରୁର ରାଜ୍ୟ ସାଧାରଣ ସମ୍ପାଦକ ସତ୍ୟବ୍ରତ ମହାପାତ୍ର, ଭାସ୍କର ମିଶ୍ର,ନୁସିଂହ ପ୍ରସାଦ ବ୍ରହ୍ମା, ନୀଳ ମାଧବ ଯୋଗଦେଇଥିଲେ ।



