ଖଲ୍ଲିକୋଟ , ୨୫/୦୭/୨୨ ( ଜିଲ୍ଲା ଖବର ) : ଆଜି ଖଲ୍ଲିକୋଟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୪୦ ତମ ପ୍ରତିଷ୍ଠା ଦିବସ ସହିତ ଶିକ୍ଷାର୍ଥୀ ନିବାସର ୩୩ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।
ସକାଳ ୬ ଘଂଟିକା ସମୟରେ ଛାତ୍ର ଛାତ୍ରୀଙ୍କ ସମବେତ ଧ୍ୟାନ ସହିତ ପରବର୍ତ୍ତୀ ପର୍ଯ୍ୟାୟରେ ଆଧ୍ୟାତ୍ମିକ ପତାକା ଉତ୍ତୋଳନ,



ମାର୍ଚ୍ଚପାଷ୍ଟ, ଶାରୀରିକ କୌଶଳ ପଦର୍ଶନ, ଚଳିତ ଦଶମ ଶ୍ରେଣୀ ପରୀକ୍ଷାରେ A1 ସ୍ଥାନ ଅଳଙ୍କୃତ କରି ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା, ଶିକ୍ଷାର୍ଥୀଙ୍କ ମା ମାନଙ୍କ ମଧ୍ୟରେ କୌତୁକ ଖେଳ ସମ୍ପାଦନ ସହିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।



ଏହି ପ୍ରରିପେକ୍ଷିରେ ବିଦ୍ୟାଳୟର ସମ୍ପାଦକ ଶ୍ରୀ ରାମ ମୋହନ ପଣ୍ଡା ନିଜର ଉଦବୋଧନରେ ବିଦ୍ୟାଳୟର ୪୦ ବର୍ଷର ଇତିହାସକୁ ଚୁମ୍ବକରେ ଉପସ୍ଥାପନ କରିବା ସହିତ ଏହି ବିଦ୍ୟାଳୟ ବହୁ ବାଧା ବିଘ୍ନ ଦେଇ ଗତି କରି ଆଜି ଗୋଟିଏ ପ୍ରତିଷ୍ଠିତ ବିଦ୍ୟାଳୟ ଭାବେ ପରିଗଣିତ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ।




ପରେ ପରେ ବିଦ୍ୟାଳୟର ଶିକ୍ଷା ଉପଦେଷ୍ଟା ଶ୍ରୀ ଭଗବାନ ମହାରଣା ତାଙ୍କର ଅଭିଭାଷଣରେ ଅଗାମୀ ଦିନରେ ଶିକ୍ଷାର୍ଥୀଙ୍କ କିପରି ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଦିଗରେ ଆହୁରି ଅଧିକରୁ ଅଧିକ ଧ୍ୟାନ ଦିଆଯିବ



ସେଥି ପ୍ରତି ବିଦ୍ୟାଳୟର ଅପା ଓ ଭାଇ ମାନେ ଯତ୍ନବାନ ହେବା ନିହାତି ଆବଶ୍ୟକ ବୋଲି କହିଥିଲେ।






