Home ଆଞ୍ଚଳିକ କିଶୋରୀ ମାନଙ୍କ ଋତୁସ୍ରାବ ଜନିତ ସମସ୍ବା ଓ ସମାଧାନ ବିଷୟରେ ଡାକ୍ତରଙ୍କ ଉପଦେଶ ।

କିଶୋରୀ ମାନଙ୍କ ଋତୁସ୍ରାବ ଜନିତ ସମସ୍ବା ଓ ସମାଧାନ ବିଷୟରେ ଡାକ୍ତରଙ୍କ ଉପଦେଶ ।

69

ଗଞ୍ଜାମ , ୨୪/୦୭/୨୨ ( ଜିଲ୍ଲା ଖବର ) : ଋତୁସ୍ରାବ ଜନିତ ଏକ କାର୍ଯୟକ୍ରମ ଖାଜା ସାହି ସ୍ଥିତ ଗଞ୍ଜାମ ମୁସଲିମ ସଂସ୍କୃତି ସମ୍ପ୍ରଦାୟ ହଲ ରେ ଅନୁଷ୍ଠିତ ହୋଇଯାଇଛି। ଏହା ସାତ୍ତ୍ୱିକ Soul ଫାଉଣ୍ଡେସନ ଏବଂ MKCG ମେଡିକାଲ୍ ର medicine department ସଂଯୋଗ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁସଲିମ ସମ୍ପ୍ରଦାୟ ର 18 ବର୍ଷ ତଳର ଥିବା ୧୨ ଜଣ ନାବାଳିକା ଯଥା – ରୁକ୍ସନା କରିରୀ, ନାଜିଆ କଦ୍ରି ବେଗମ୍, ଏମ. ଅନିତା, ପି. ନିର୍ମଳା, ଏମ ଶ୍ରୁତି, ସାନିଆ ପ୍ରଧାନ, ରୂପାଲି ବେହେରା, ଆଇସା ବେଗମ, ଏମ. ଇନ୍ଦୁ, ହାଲିଆ ବେଗମ୍, ଖୁସୁବୁ ବେଗମ ଯୋଗଦାନ କରିଥିଲେ।

ଏହି ଅନୁଷ୍ଠାନରେ ମେଡିକାଲ୍ ଏବଂ ସାତ୍ତ୍ୱିକ ସୋଲ ଫାଉଣ୍ଡେସନର ସଦସ୍ୟାମାନେ ସେମାନଙ୍କୁ କିପରି ନିଜର ଋତୁସ୍ରାବ ସମୟରେ ପରିଷ୍କାର ପରିଚ୍ଛନ୍ନ ରହିବାର ଶିକ୍ଷା ପ୍ରଦାନ କରିଥିଲେ ତା ସହ କିଛି ପ୍ରଶ୍ନ ଉତ୍ତର ମଧ୍ୟ ଆଲୋଚନା ହୋଇଥିଲା ଏବଂ ସାତ୍ତ୍ୱିକ Soul ଫାଉଣ୍ଡେସନ ତରଫରୁ Pads ପ୍ରଦାନ କରାଯାଇଥିଲା।

ଏହା ସହ ଖାଦ୍ୟ ବଣ୍ଟନ ମଧ୍ୟ କରାଯାଇଥିଲା।ଏହି ଅନୁଷ୍ଠାନକୁ ପରିଚାଳନା କରିବାରେ ସାତ୍ତ୍ୱିକ ସୋଲ ଫାଉଣ୍ଡେସନର ଜିଲ୍ଲା ସଂଜୋଯୋଗ ଭରତ ଗୌରବ ଦାସଙ୍କ ସହ ଜସ୍ମିନ, ସୁଚିତ୍ରା, ସୁନୀତା, ଆଶୁତୋଷ, ତୁଷାର, କୋଇନା, ଲକ୍ଷ୍ମୀ, ବନିତା, ଚିନ୍ମୟୀ, ଅମିଷା, ଶୀତଲ ଏବଂ MKCG ମେଡିକାଲର Associate Professor Sobha salini, ପିଜି Dr ଶୀତଲ ଦଳେଇ, Dr ମଧୁମିତା ଭକ୍ତା ଙ୍କ ସହ ଅଙ୍ଗନବାଡ଼ିର ସହାୟିକା କର୍ମୀ ମଧ୍ଯ ଉପସ୍ଥିତ ରହି ପରିଚାଳନା କରିଥିଲେ।