ଖଡ଼ିଆଗୁଡା ରେ ଝାଡାବାନ୍ତି ଅଣା ଆୟତ , ପୁଣି ୭ ଆକ୍ରାନ୍ତ l

13

ନନ୍ଦାହାଣ୍ଡି , ୨୪/୦୭/୨୦୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ପଞ୍ଚାୟତ ଅନ୍ତର୍ଗତ ଖଡିଆଗୁଡ଼ା ଗ୍ରାମ ରେ ପୁଣି ୬ ଜଣ ଓ ପଡୋଶୀ ପିତା କୁମୁଲି ଜଣେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ଖଡ଼ିଆଗୁଡ଼ା ଗ୍ରାମର ମାଝୀ ସାହିର ପ୍ରାୟ ୧୫ ରୁ ଉର୍ଦ୍ଧ୍ବ ଜଣ ଝାଡ଼ାବାନ୍ତି ଓ ଜ୍ଵରରେ ଆକ୍ରାନ୍ତ ହୋଇଥିଲେ ।

ସୂଚନାନୁସାରେ ୪ ଦିନ ତଳେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ସୁଭଦ୍ରା ମାଝୀ (୮୦) ଙ୍କ ମୃତ୍ୟୁ ହୋଇଥିଲା । ସେହି ପରି ଗତ ଶୁକ୍ରବାର ସକାଳେ ଥବିର ମାଝୀ (୭୦)ଙ୍କ ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟରେ ମୃତ୍ୟୁ ଘଟିଥିଲା। ସମସ୍ତ ୧୫ ଜଣ ଆକ୍ରାନ୍ତ ମଧ୍ୟ ରୁ ୧୪ ଜଣ ସୁସ୍ଥ‌ ଓ ଜଣେ ଆକ୍ରାନ୍ତ ସୁସ୍ଥ ହେଇ ନ ଥିବା ଉପସ୍ଥିତ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।

ହେଲେ ବର୍ତ୍ତମାନ ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି ନନ୍ଦାହାଣ୍ଡି ବ୍ଲକ ର ଖଡିଆଗୁଡା ଗ୍ରାମରେ ପୁଣି ୬ ଜଣ ଓ ଅପରିଷ୍କାର ଓ ଦୂରଗନ୍ଧ ମୟ ପରିବେଶ ଯୋଗୁଁ ପିତା କୁମୁଲି ଗ୍ରାମ ରେ ଜଣେ ଆକ୍ରାନ୍ତ ହୋଇ ବର୍ତମାନ ଚିକିତ୍ସାଧୀନ ଅଛନ୍ତି। ସାତ ମଧ୍ୟରୁ ଜଣଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିସ୍ତାଳୟ ରେ ଭର୍ତ୍ତି କରାଯାଇ ଥିବା ବେଳେ ଅନ୍ୟ 2 ଜଣଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନ୍ୟ 3 ଜଣ ଗ୍ରାମ ରେ ହିଁ ଚିକିତ୍ସିତ ହେଉଛନ୍ତି।


ଗ୍ରାମ ରେ ଝାଡାବାନ୍ତି ପରିସ୍ଥିତ କୁ ଦ୍ରୁଷ୍ଟି ରେ ରଖି ଆଜି ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ମଳୟ ରଞ୍ଜନ ତ୍ରିପାଠୀ ଙ୍କ ନେତୃତ୍ଵ ରେ ଏକ 10 ଜଣିଆ ଡାକ୍ତରୀ ଦଳ ଗାଁ କୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଗାଁ ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ଅସ୍ଥାୟୀ କ୍ୟାମ୍ପ କରାଯାଇ ଗ୍ରାମବାସୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଆକ୍ରାନ୍ତ ଙ୍କୁ ଚିହ୍ନଟ କରାଯାଉଛି।

ଗ୍ରାମର ପାଣି ନମୁନା ସଂଗ୍ରହ କରାଯିବା ସହ ଆକ୍ରାନ୍ତଙ୍କ ନମୁନା ମଧ୍ୟ ସଂଗ୍ରହ କରାଯାଇଛି।ଏଥି ସହ ଗ୍ରାମରେ ବିଶୋଧନ ସିଂଚନ ସହ ପାଣି ଫୁଟାଇ ପିଇବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ବର୍ଷା ଋତୁକୁ ଦ୍ରୁଷ୍ଟି ରେ ରଖି ଗ୍ରାମବାସୀ ନିଜ ନିଜ ସ୍ୱାସ୍ଥ୍ୟ ପାଇଁ ସଚେତନ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରା ଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ଟିମ ଗ୍ରାମ କୁ ଯାଇ ତଥ୍ୟ ସଂଗ୍ରହ କରିବା ସହ ନମୁନା ସଂଗ୍ରହ କରାଯାଇ ପରୀକ୍ଷାପାଇଁ ପଠାଯାଉଛି।

ଗାଁ ରେ ଡାକବାଜି ସହ ଲୋକ ସଙ୍ଗୀତ ମାଧ୍ୟମ ରେ ଲୋକଙ୍କୁ ବର୍ଷା ଦିନ ରେ ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କ ରେ ସଚେତନ କରାଯାଇଛି। ତେବେ ଜିଲ୍ଲା ରେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ମଳୟ ରଞ୍ଜନ ତ୍ରିପାଠୀ ପ୍ରକାଶ କରିବା ସହ ଡାଇରିଆ ସ୍ଥିତି କୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି ବୋଲି କହିଛନ୍ତି।

ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ବିଷୋୟୀ ଙ୍କ ରିପୋର୍ଟ ଜିଲ୍ଳା ଖବର ।