

ବ୍ରହ୍ମପୁର,୩୦।୧୨(ଲକ୍ଷ୍ମୀ ନାରାୟଣ ମିଶ୍ର) : ଭୁବନେଶ୍ବରରେ ଏକ ଘରୋଇ ସପିଂ ମଲର କିଛି କର୍ମଚାରୀ ଜନୈକା କାର୍ଯ୍ୟରତ ସାମ୍ବାଦିକାଙ୍କୁ ଖବର ସଂଗ୍ରହ ସମୟରେ ଆକ୍ରମଣ କରିବା ପ୍ରତିବାଦରେ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଅଞ୍ଚଳର ନାରା ଦେଇ ସାମ୍ବାଦିକ ମାନେ ଏକତ୍ରିତ ହୋଇ ସ୍ଥାନୀୟ ବ୍ରହ୍ମପୁର ଇଞ୍ଜିନିଓରିଙ୍ଗ ସ୍କୁଲ ସ୍ଥିତ ସରକାରୀ ରାଜସ୍ବ ବଙ୍ଗଳା ଠାରୁ ବାହାରି ଦକ୍ଷିଣାଞ୍ଚଳ ରାଜସ୍ବ କମିସନର କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ସାମ୍ବାଦିକ ମାନେ ଚିରକାଳ ଶାସନତନ୍ତ୍ର ଏବଂ ଜନସାଧାରଣଙ୍କ ଭିତରେ ସମ୍ପର୍କର ସେତୁଟିଏ ବାନ୍ଧିଥାନ୍ତି। ଗତ କିଛି ଦିନ ହେଲା ଓଡ଼ିଶାରେ ସାମ୍ବାଦିକ ମାନଙ୍କ ଉପରେ ହିଂସା ଭଳି ଘଟଣା ବଢ଼ିବାରେ ଲାଗିଛି, ଯାହାକି ଏକ ସୁସ୍ଥ ସମାଜ ପାଇଁ ଖବର ମାଧ୍ୟମରେ ପ୍ରଚାର ପ୍ରସାର କରୁଥିବା ପ୍ରତିନିଧିଙ୍କୁ ଆକ୍ରମଣ କରିବା ଏବଂ ଲୋକତନ୍ତ୍ରଙ୍କ ଉଭୟ ସ୍ୱାଧୀନ ଭାରତ ପାଇଁ ଆଦୌ ଶୁଭଙ୍କର ନୁହେଁ। ତେଣୁ ଆସନ୍ତା ବିଧାନସଭା ଅଧିବେଶନରେ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ବିଧି ପ୍ରକାରେ ଆଇନ ପ୍ରଣୟନ କରାଯିବାର ନିତ୍ୟାନ୍ତ ଆବଶ୍ୟକତା ରହିଛି ବୋଲି ଏହାର କୌଣସି ଉପାୟ ଅବଲମ୍ବନ ବାହାର କରି ଯଥା ଶୀଘ୍ର ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ।

ଏହି ରାଲିରେ ଜିଲ୍ଲା ସାମ୍ବାଦିକ ସଙ୍ଗର ବରିଷ୍ଠ ସାମ୍ବାଦିକ ମାନେ ଯୋଗଦେଇ ଦାବିପତ୍ର ପ୍ରଦାନ ସମୟରେ କୃଷ୍ଣଚନ୍ଦ୍ର ପାଳ, ରାମ ମହାରଣା, ଅଭିମନ୍ୟୁ ପ୍ରଧାନ, କାଳିଦାଶ, ସୁଜନ ଶୁକ୍ଳ, ଶରଣ ପଣ୍ଡା, ପ୍ରଶାନ୍ତ କୁମାର ପଣ୍ଡା, ଜୀବନା ନନ୍ଦ କର, ଲିକୁ ଡାକୁଆ, ସୁଦୀପ୍ତ ସାହୁ, ବିଦେଶ ରଥ, ଭେଙ୍କଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ l



