
କବିସୂର୍ଯ୍ୟନଗର , ୨୪/୦୭/୨୨ ( ଜିଲ୍ଲା ଖବର ) : ସାଙ୍ଗ ସାଜିଲା ସଇତାନ l ସାମାନ୍ୟ ବଚସାରୁ ସାଙ୍ଗର ଜୀବନ ନେଲା ନୃଶଂସ ବନ୍ଧୁ l ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡଆଗୁଳ ଗଙ୍ଗାପୁର ରାସ୍ତା ରେ ଆଜି ରାତି 8 ବେଳେ ଘଟିଛି ଏହି ହତ୍ୟାକାଣ୍ଡ ।

ସୂଚନା ମୁତାବକ ଆଜି ସନ୍ଧ୍ୟା ସମୟରେ ବଡଆଗୁଳ ଗ୍ରାମର ଅମର ମଳିକ ତାଙ୍କ ସାଙ୍ଗ ମୂଷା କରଣ ଙ୍କ ଘର ଆଗରେ ବସି ମଦ୍ୟପାନ କରିଥିଲେ l

ଏହା ପରେ ଉଭୟ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା l ପରେ ଏହା ଉଗ୍ରରୂପ ନେଇ ମୂଷା କରଣ ଅମର ଙ୍କ ମୁଣ୍ଡକୁ ଠେଙ୍ଗାରେ ଆକ୍ରମଣ କରିଥିଲେ l ଫଳରେ ଗାଁ ଦାଣ୍ଡରେ ଟଳିପଡିଥିଲେ ଅମର l

ଗ୍ରାମବାସୀ ଓ ଅମର ଙ୍କ ପରିବାର ଘଟଣାସ୍ଥଳରେ ପହଞ୍ଚି କବିସୂର୍ଯ୍ୟନଗର ପଲିସ କୁ ଖବର ଦେଇଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l



