
ଆଜି କଟକନଗର ଭାଜପା ତରଫରୁ ମା କଟକଚଣ୍ଡୀଙ୍କ ପାଖରେ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୋପଦି ମୁର୍ମୁଙ୍କ ସୁନିଶ୍ଚିତ ବିଜୟ କରିବା ପାଇଁ ଦୀପଦାନ, ପୂଜାର୍ଚ୍ଚନା ଓ ପ୍ରାର୍ଥନା କରାଯାଇଥିଲା।
ପରେ ପରେ ମନ୍ଦିର ବାହାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ରାଜ୍ୟ ସ୍ୱଚ୍ଛ ଭାରତ ସଂଯୋଜକ ଶ୍ରୀ ମହେଶ ମହାନ୍ତିଙ୍କ ଉପସ୍ଥିତିରେ କରାଯାଇଥିଲା।


କଟକନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରବୀଣା ମହାପାତ୍ରଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ,ରାଜ୍ୟର ବରିଷ୍ଠ ନେତା ଶ୍ରୀ ନୟନ କିଶୋର ମହାନ୍ତି, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ଶ୍ରୀମତୀ ରଶ୍ମିରେଖା ଦାସ,


ମଣ୍ଡଳ ସଭାପତି ଶ୍ରୀ ରତନ ମହାନ୍ତି, ଶ୍ରୀମତୀ ନମିତା ମିଶ୍ର ଓ ଶ୍ରୀ ନିତାଇଗୌର ମହାନ୍ତି,ଜିଲ୍ଲା ଯୁବମୋର୍ଚା ସଭାପତି ଶ୍ରୀ ସତ୍ୟବ୍ରତ ମିଶ୍ର,ମୋର୍ଚ୍ଚା ସାଧାରଣ ସମ୍ପାଦିକା ସଂଯୁକ୍ତା ମିଶ୍ର,ସ୍ବଚ୍ଚ ଭାରତ କଟକ ସଂଯୋଜକ ଶ୍ରୀ ନଳିନୀ ରାୟ,କାମାକ୍ଷା ମିଶ୍ର ,ରାଜ ନନ୍ଦିନୀ ଓ ଶ୍ରୀନିବାସ ରେଡି ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।



