
ରାୟଗଡ଼ା , ୨୩/୦୭/୨୨ (ଜିଲ୍ଲା ଖବର ) : ରାୟଗଡ଼ା ସ୍ଥିତ ଲାୟନସ କ୍ଳବ ଠାରେ ମହାନ କ୍ରାନ୍ତି କାରି ଜନନାୟକ ବାଲ ଗଙ୍ଗାଧର ତିଳକ ଜନ୍ମ ତିଥି ଅବସରରେ ଭାରତୀୟ ମଜଦୂର ସଂଘର ୬୮ତମ ପ୍ରତିଷ୍ଠା ଦିବସ ମହା ଆଡମ୍ବର ସହକାରେ ପାଳନ ହୋଇଛି । ପ୍ରଥମେ ଭଗବାନ ବିଶ୍ଵକର୍ମା , ଭାରତ ମାତା ଏବଂ ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠାତା ଦତ୍ତୋପନ୍ତ ଠେଙ୍ଗଡୀ ଜିଙ୍କ ଫଟୋ ଚିତ୍ର ରେ ପୂଷ୍ପ ଦ୍ଵିପ ପ୍ରଜ୍ବଳନ କରି ଶ୍ରମିକ ଭାଇ ଭଉଣୀ ମାନଙ୍କ ଦ୍ୱାରା ଶ୍ରମିକ ଗୀତ ଗାନ କରା଼ଯାଇ ମୃତ୍ୟୁ ବରଣ କରିଥିବା ସମସ୍ତ ଶ୍ରମିକ ଭାଇ ଭଉଣୀ ମାନଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା ପରେ କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା ।


ଉକ୍ତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଶ୍ରମିକ ନେତା ଭାରତୀୟ ମଜଦୂର ସଂଘ ର ରାଜ୍ୟ ସଂପାଦକ ତଥା ଜିଲ୍ଲା ପ୍ରଭାରୀ ଶ୍ରୀ ଯୋଗେଶ୍ଵର ଦାସ ଯୋଗ ଦେଇ ନିଜ ବକ୍ତବ୍ୟରେ ସ୍ଵାଧୀନତା ପ୍ରାପ୍ତି ପରେ ଶ୍ରମିକ ମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ଭିନ୍ନ ଭିନ୍ନ ରାଜନୈତିକ ବିଚାର ଧାରା ରଖୁଥିବା ଅନେକ ଗୁଡ଼ିକ ଶ୍ରମିକ ସଂଘଠନ ସୃଷ୍ଟି ହୋଇଥିଲା । କିନ୍ତୁ ରାଜନୈତିକ ବିଚାରା ଧାରା ଠାରୁ ଦୂରେଇ ରହି ଶ୍ରମିକ ମାନଙ୍କ ହିତ ପାଇଁଁ ଭାରତୀୟ ବିଚାର କୁ ଦୃଷ୍ଟିରେ ରଖି ଏକ ଅଣ ରାଜନୈତିକ ଶ୍ରମିକ ସଂଗଠନ ଏବଂ ଭାରତୀୟ ବିଚାର ରେ ଶ୍ରମିକ ମାନଙ୍କ ସମସ୍ତ ସମସ୍ୟାର ସମାଧାନ କରିବା ନେଇ ଦେଶ ଗଠନରେ ଆଗରେ ରହି ଶ୍ରମିକ ମାନଙ୍କ ସମସ୍ତ ସମସ୍ୟାକୁ ସମାଧାନ କରିବା ସହ ତାଙ୍କ ସହ ରହି ଆଜି ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଆସୁଛି ଭାରତୀୟ ମଜଦୂର ସଂଘ ବୋଲି ପ୍ରକାଶ କରିଥିଲେ ।


ସମ୍ମାନୀୟ ଅତିଥି ଭାବେ ସଂଘ ର ଉପଦେଷ୍ଟା ଶ୍ରୀ କିଶୋର କୁମାର ସାହୁ ଯୋଗ ଦେଇ ସଂଘ କିପରି ଜିଲ୍ଲାର କୋଣ ଅନୁକୋଣରେ ସୁଦୃଢ ହୋଇପାରିବ ଏବଂ ସଂଘ ବିଚାର ରେ ସମସ୍ତେ ଦେଶ ଗଠନର ସହ ସଂଘଠନ କୁ ସୁଦୃଡ କରିବା ପାଇଁ ଆଗକୁ ଆସି ରାଜ୍ୟ ରେ ପ୍ରଥମ ସ୍ଥାନ ଅଧିକାର ସହ ସୃଖଂଳା ଭାବେ ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟ କ୍ରମରେ ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ ୱାରକର୍ସ ଆସୋସିଏସନ୍, ଓଡିଶା ରାଜ୍ୟ ଆଶାକର୍ମୀ ସଂଘ , ଜେକେ ପେପର ମଜଦୂର ସଂଘ , ଉତ୍କଳ ଆଲୁମିନା ମଜଦୂର ସଂଘ , ରାୟଗଡ଼ା ଜିଲ୍ଲା ବ୍ୟବସାୟ ମଜଦୂର ସଂଘ , ସ୍ୱାବଲମ୍ବୀ କାରିଗର ସଂଘ , ବିଶ୍ଵକର୍ମା ମଜଦୁର ସଂଘ , କୃଷି ଗ୍ରାମିଣ ମଜଦୂର ସଂଘ , ଇମ୍ଫା ଠିକା ମଜଦୁର ସଂଘ , ଇମ୍ଫା ଶ୍ରମିକ ସଂଘ , ପାଚିକା ସଂଘ ,



ହୋଟେଲ କର୍ମଚାରୀ ସଂଘ , ରାୟଗଡ଼ା ଜିଲ୍ଲା ସଫେଇ ମଜଦୁର ସଂଘ ଏବଂ ୧୧ ଟି ବ୍ଲକ ର ସମସ୍ତ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଭାରତୀୟ ମଜଦୂର ସଂଘର ଜିଲ୍ଲା ସଭାପତି ଶ୍ରୀ ମହନ ରାଓ ମାଝୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ , ଉପସଭାପତି ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ , ଶ୍ରୀ ଦୂର୍ଗା ମାଧବ ଘୋଷ , କୋଷାଧ୍ୟକ୍ଷ ଶ୍ରୀମତୀ ଉଷାରାଣୀ ଦାସ , ସଂଘଠନ ସଂପାଦକ ଶ୍ରୀ ଖଗେଶ୍ବର ସିଂ , ଶ୍ରୀମତୀ ନେହା ସିଂ , ଶ୍ରୀ ଧର୍ମ ସିଂ ନାଗ , ପରମା ନନ୍ଦ ପ୍ରଧାନ , ପ୍ରଶାନ୍ତ କୁମାର ପାତ୍ର , ପରିଚାଳନା କରିଥିଲେ ।


କାର୍ଯ୍ୟକ୍ରମ ଶେଷରେ ପଂଜିକୃତ ଶ୍ରମିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇ କୋଭିଡ ସମୟରେ ନିଜ ପରିବାର କୁ ଛାଡି ଜନସାଧାରଣଙ୍କ ସେବାରେ କାର୍ଯ୍ୟରତ ସ୍ଵାସ୍ଥ୍ୟ କର୍ମୀ , ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ , ଆଶା ସାଥୀ, ସ୍ଵେଚ୍ଛାସେବୀ , ମାନଙ୍କୁ କରୋନା ଯୋଦ୍ଧା ଭାବେ ଭାରତୀୟ ମଜଦୁର ସଂଘ ପକ୍ଷରୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସେସରେ ସଂଘ ର ଜିଲ୍ଲା ସଂପାଦକ ଗଣେଶ କୁମାର ସାହୁ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।


