
ଖଲ୍ଲିକୋଟ , ୨୩/୦୭/୨୨ ( ଜିଲ୍ଲା ଖବର ) : ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଦପଲ୍ଲୀ ପଂଚାୟତର ଜଣେ ପିତୃ ମାତୃ ହୀନ ୧୦ ବର୍ଷ ବାଳକ ବିଷଧର ସର୍ପ ଦଂଶନରେ ମୃତୁ ବାରଣ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାଇ ବାଦପଲ୍ଲୀ ପଂହାୟତ ଡେବିଝର ଗ୍ରାମର ଦୀନବନ୍ଧୁ ଶବର ମୃତୁବରଣ କରିଥିବା ବେଳେ ତାର ସ୍ତ୍ରୀ ତିନୋଟି ସନ୍ତାନଙ୍କୁ ଛାଡି ଅନ୍ୟତ୍ର ଚାଲି ଯାଇଥିଲା l


ଉକ୍ତ ତିନି ଜଣ ତାଙ୍କ ଆଇ ଘର ଖଜୁରୀ ସାହିରେ ରହୁଥିଲେ ମୃତ ଦୀନବନ୍ଧୁର ବଡ ପୁଅ ଦାଦନ ଖଟିବାକୁ ଯାଇଥିବା ବେଳେ ଦୁଇଜଣ ଆଇ ଘରେ ରହୁଥିଲେ l


ତେବେ ମଝିଆ ପୁଅ ମଳୟ ଶବର ୧୦ ବର୍ଷ ଖେଳୁଥିବା ବେଳେ ବିଷଧର ସାପ ଦଂଶନ କରିବା ଫଳରେ ମୃତୁବରଣ କରିଥିଲା l


ଶବକୁ ବ୍ୟବଚ୍ଛେଦ କରାଯାଇ ଶବ ଦାହ ନିମନ୍ତେ ଦେବୀଝର ଅଣାଗଲା । ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।



