Home ଅପରାଧ ସାମ୍ବାଦିକା ସ୍ୱାତୀ ଜେନାଙ୍କ ଉପରେ ଆକ୍ରମଣ ନେଇ କୋଦଳା ସାମ୍ବାଦିକ ସଂଘ ପକ୍ଷରୁ ସ୍ମାରକ ପତ୍ର...

ସାମ୍ବାଦିକା ସ୍ୱାତୀ ଜେନାଙ୍କ ଉପରେ ଆକ୍ରମଣ ନେଇ କୋଦଳା ସାମ୍ବାଦିକ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ..

19

କୋଦଳା,୩୦/୧୨: (ଗୁଲସନ୍ କୁମାର କର); ଭୁବନେଶ୍ବର ଠାରେ ଏକ ସପିଂ ମଲର ବେଆଇନ ପାର୍କିଂ ଫିସ୍ ଆଦାୟ ସମ୍ପର୍କିତ ଖବର ପ୍ରକାଶନ କରୁଥିବା ସମୟରେ କାର୍ଯ୍ଯରତ ମହିଳା ସାମ୍ବାଦିକା ସ୍ବାତୀ ଜେନା ଏବଂ ତାଙ୍କ କ୍ଯାମେରା ମ୍ୟାନଙ୍କୁ ଆକ୍ରମଣ କରାଯାଇଥିଲା।ଏହି ଘଟଣାକୁ ନେଇ ସୋମବାର ଗଞ୍ଜାମ ଜିଲ୍ଲା କୋଦଳା ଠାରେ ସାମ୍ବାଦିକ ସଂଘ ପକ୍ଷରୁ ବହୁ କାର୍ଯ୍ଯରତ ସାମ୍ବାଦିକ ମାନେ ଏକତ୍ରିତ ହୋଇ ଏହାର ଦୃଢ଼ ପ୍ରତିବାଦ କରିବା ସହ କୋଦଳା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଘଟଣାର ମୁଖ୍ୟ ମାଷ୍ଟର ମାଇଣ୍ଡ ତଥା ମଲ୍ ମାଲିକଙ୍କୁ ଅତିଶୀଘ୍ର ଗିରଫ କରିବା ପାଇଁ ଦାବି କରାଯାଇଛି। ବାରମ୍ବାର ରାଜ୍ୟରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା ବଢି ଚାଲିଛି ଏବଂ ତଦନ୍ତ ହେଲା ବେଳକୁ ପ୍ରକୃତ ଦୋଷୀ ଖସି ଯାଉଛି। ସରକାରଙ୍କ ଜନହିତକର ଯୋଜନା ହେଉ ଅବା କୌଣସି ଦୁର୍ନୀତି ମୂଳକ କାର୍ଯ୍ୟ ସମ୍ପର୍କରେ ଖୁଲାସା କରି ଲୋକଲୋଚନକୁ ଆଣିବା ପାଇଁ ଗଣମାଧ୍ୟମ ଏକ ପ୍ରମୁଖ ଭୂମିକା ତୁଲାଉଥିବା ବେଳେ ଗଣମାଧ୍ୟମ କର୍ମୀଙ୍କୁ ବିଭିନ୍ନ ସମୟରେ ଉଦେଶ୍ୟ ମୂଳକ ଭାବେ ଆକ୍ରମଣ କରାଯାଉଛି। ଯାହା ଫଳରେ କି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଆଜି ଭୁଷୁଡ଼ି ପଡିବାରେ ଲାଗିଛି। ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ନିରାପତ୍ତା କଥା କହୁଛନ୍ତି କିନ୍ତୁ ବାସ୍ତବରେ ଏନେଇ କୌଣସି ଠୋସ୍ ଆଇନ୍ ନଥିବା ଯୋଗୁଁ କାର୍ଯ୍ଯକାରୀ ହୋଇ ପାରୁନି। ସହିତ ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ବିଲ ଆଣିବାକୁ ଦାବି କରାଯାଇଛି। ସଂଘର ସଭାପତି ଭଗବାନ ପାଢ଼ୀଙ୍କ ନେତୃତ୍ବରେ ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ପଟ୍ଟନାୟକ, ଦିବାକର ପାଣ୍ଡି, କୃଷ୍ଣ ଚନ୍ଦ୍ର ପଲେଇ, ସନ୍ତୋଷ କୁମାର ସେଠୀ, ଜଗନ କୁମାର ସେଠୀ, ଦୀପକ ସେଠୀ, ଗୁଲସନ୍ କୁମାର କର, ଉମା ମହାରଣା, ଗଣେଷ ଡାକୁଆ, ରଞ୍ଜିତ ମହାରଣା, ରାଜକିଶୋର ଷଡଙ୍ଗୀ, ଟୁନା ପାଢ଼ୀ, ସୂର୍ଯ୍ୟନାରାୟଣ ବଡୁ, ବାପୁନୀ କୁମାର ମାଲୁ, ଚନ୍ଦ୍ର ଶେଖର ବଡୁ ପ୍ରମୁଖ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ।