
ନବରଙ୍ଗପୁର , ୨୩/୦୭/୨୨ ( ଜିଲ୍ଲା ଖବର ) : ରାୟଗଡା ଜିଲ୍ଲା ପରେ ନବରଙ୍ଗପୁର ଜିଲ୍ଲା ରେ ବ୍ୟାପିଲା ଝାଡ଼ାବାନ୍ତି, ଜିଲ୍ଲା ର ନନ୍ଦାହାଣ୍ଡି ବ୍ଲକ ଖଡ଼ିଆଗୁଡା ଗ୍ରାମରେ ବ୍ୟାପିଛି ଝାଡା ବାନ୍ତି ।
ଝାଡାବାନ୍ତି ଆକ୍ରାନ୍ତ ରେ ୧ ମୃତ , ୧୬ ଆକ୍ରାନ୍ତ । ଗାଁ ରେ ପହଞ୍ଚିଲା ଡାକ୍ତରୀ ଦଳ । ନମୁନା ସଂଗ୍ରହ ସହ ଟାଙ୍କି ପାଣି ବ୍ୟବହାର କୁ ବାରଣ କଲା ପ୍ରଶାସନ ।



ନବରଙ୍ଗପୁର ଜିଲ୍ଲା ରେ ବ୍ୟାପିଲା ଝାଡ଼ାବାନ୍ତି । ଗତ ୪ ଦିନ ଧରି ନନ୍ଦାହାଣ୍ଡି ବ୍ଲକ ଖଡ଼ିଆଗୁଡା ଗ୍ରାମରେ ଝାଡ଼ାବାନ୍ତି ବ୍ୟାପୁଛି । ଗତ ଦୁଇ ଦିନ ପୂର୍ବରୁ ଗ୍ରାମର ଥବିର ମାଝୀ ନାମକ ଜଣେ ବ୍ୟକ୍ତି ଦୁଇ ଦିନ ପୂର୍ବରୁ ଆକ୍ରାନ୍ତ ହୋଇ ନନ୍ଦାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବା ପାଇଁ ଭର୍ତି ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଥବିର ଙ୍କ ମୃତ୍ୟୁ ହୋଇଥିଲା ।

ସେହିଭଳି ଗ୍ରାମର ଅନ୍ୟ ୧୬ ଜଣ ଝାଡ଼ାବାନ୍ତି ରେ ଆକ୍ରାନ୍ତ ହୋଇଥିଲେ । ଖବର ପାଇ ଗ୍ରାମକୁ ମେଡିକାଲ ଟିମ ପହଞ୍ଚି ଗ୍ରାମବାସୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆକ୍ରାନ୍ତ ଙ୍କୁ ଚିହ୍ନଟ କରି ମେଡିକାଲ ସ୍ଥାନାନ୍ତର କରୁଛନ୍ତି । ଏଥିସହ ଗ୍ରାମରେ ବିଶୋଧନ ସିଞ୍ଚନ କରି ଲୋକଙ୍କୁ ପାଣି ଫୁଟାଇ ପିଇବା ପାଇଁ ସ୍ୱାସ୍ତ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଉଛି ।

ଆକ୍ରାନ୍ତ ଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ତିକ୍ଷଣ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ । ଲୋକଙ୍କ ନମୁନା ଓ ପାଣି ର ନମୁନା ସଂଗ୍ରହ କରି ପରିକ୍ଷା ପାଇଁ ପଠାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି । ୧୬ ଆକ୍ରାନ୍ତ ଙ୍କ ମଧ୍ୟରୁ ଗୁରୁତର ୪ ଜଣ ଙ୍କୁ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ଅପରିଷ୍କାର ଟାଙ୍କି ପାଣି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଇଥିବା ସନ୍ଦେହ କରି ପାଣି ଟାଙ୍କି ସଫା ନ ହେବା ପର୍ଯ୍ୟନ୍ତ ପାଣି କୁ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି।ଆକ୍ରାନ୍ତ ମାନେ ବିଳମ୍ବରେ ଡାକ୍ତର ଖାନା ଯାଉଥିବା ଯୋଗୁଁ ଗୁରୁତର ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି ମଧ୍ୟ ଡାକ୍ତର ପ୍ରକାଶ କରିଛନ୍ତି l
ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜିଲ୍ଳା ଖବର ।



