
୨୩/୦୭/୨୨ ( ଜିଲ୍ଲା ଖବର ) : ରପ୍ତାନୀ/ ଆମଦାନୀ ବ୍ୟବସାୟ କ୍ଷେତ୍ରରେ କଷ୍ଟମ ବ୍ରୋକରମାନେ ଏକ ଅବିଚ୍ଛେଦ୍ୟ ଅଙ୍ଗ।ଏକ କ୍ଷେତ୍ରରେ ଦୁଇ ମୁଖ୍ୟ ଧାରା, ସୀମା ଶୁଳ୍କ ବିଭାଗ ଏବଂ ରପ୍ତାନୀ/ ଆମଦାନୀ ସଂସ୍ଥା ମାନଙ୍କ ମଧ୍ୟରେ କଷ୍ଟମ ବ୍ରୋକରମାନେ ଏକ ଦୃଢ଼ ସେତୂ ଭାବେ କାର୍ଯ୍ୟ କରନ୍ତି । ତେଣୁ ଏହି କ୍ଷେତ୍ରରେ ଥିବା କିଛି ଆନୁସାଙ୍ଗିକ ବାଧା , ତୃଟି ତଥା ସମସ୍ୟାର ସମାଧାନ ପାଇଁ ଏକ ସଙ୍ଗଠିତ ପ୍ରୟାସର ଆବଶ୍ୟକ ଅନୁଭଵ କରି, ୩ଟି ସାମୁଦ୍ରିକ ବନ୍ଦର , ( ପାରାଦ୍ଵୀପ,ଧାମରା ଏବଂ ଗୋପାଳପୁର )


ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦର ଏବଂ ୩ଟି ଆଇ . ସି . ଡି ( ବାଲେଶ୍ଵର , ଯାଜପୁର ଏବଂ ଝାରସୁଗୁଡ଼ା ) ଠାରେ ସେବା ଯୋଗାଉଥିବା, ଭୁବନେଶ୍ୱର କଷ୍ଟମ ( ପ୍ରିଭେନଟିଭ୍ ) କମିସନରଙ୍କ ଅଧିନସ୍ଥ ସମସ୍ତ କଷ୍ଟମ ବ୍ରୋକରମାନେ ମିଳିତ ହୋଇ ତା୨୧/୦୭/୨୨ ରିଖ ପାରାଦ୍ଵୀପରେ ” ଓଡ଼ିଶା କଷ୍ଟମ ର ବ୍ରୋକରର୍ସ ଆସୋସିଏସନ୍” ନାମକ ଏକ ସଙ୍ଗଠନ ପ୍ରତିଷ୍ଠା କରିଛନ୍ତି ।
ଏଥି ସହିତ ସଙ୍ଗଠନର ପ୍ରଥମ ସାଧାରଣ ସଭା ଅନୁଷ୍ଠିତ ହୋଇ ଏହାର ସଭାପତି ଭାବେ ଶ୍ରୀ ସଚ୍ଚିଦାନନ୍ଦ ପଟ୍ଟନାୟକ, ସମ୍ପାଦକ – ଶ୍ରୀ ହରିହର ଦାସ , ଉପସଭାପତି – ସୁରେଶ ଚନ୍ଦ୍ର ସାମଲ , ସହ- ସମ୍ପାଦକ- ଏସ୍ କେ ସୁଫି ଅହମ୍ମଦ ଏବଂ କୋଷାଧ୍ୟକ୍ଷ – କଳ୍ପତରୁ ମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି।

ପାରାଦ୍ଵୀପ ବନ୍ଦର କାରବାର ସହ ଦୀର୍ଘ ୪୦ ବର୍ଷ ଧରି ଜଡ଼ିତ ରହି ଆସିଥିବା ତଥା ପାରାଦ୍ଵୀପ ବନ୍ଦର ଟ୍ରଷ୍ଟ ବୋର୍ଡରେ ୧୦ ଥର ଟ୍ରଷ୍ଟି ରହି ଆସିଥିବା ଶ୍ରୀ ଅନ୍ତର୍ଯ୍ୟାମୀ ପଟ୍ଟନାୟକଙ୍କୁ ସଙ୍ଗଠନର ଉପଦେଷ୍ଟା ଭାବରେ ମନୋନୀତ କରାଇଛନ୍ତି।



ଏହି ଅବସରରେ ଆସୋସିଏସନର ନବ ନିର୍ବାଚିତ ସଭାପତି ଶ୍ରୀ ସଚ୍ଚିଦାନନ୍ଦ ପଟ୍ଟନାୟକ ସଙ୍ଗଠନର ଆଭିମୁଖ୍ୟ ବିଷୟରେ କହିଛନ୍ତି ଯେ ” ଓଡ଼ିଶା କଷ୍ଟମସ୍ ବ୍ରୋକରସ୍ ଆସୋସିଏସନ୍” ଯାହାକି ଏକ ଅଣ ଲାଭକାରୀ ସଙ୍ଗଠନ, ପ୍ରଥମତଃ ଏହାର ସଭ୍ୟ ସଂସ୍ଥା ମାନଙ୍କର ସାମୁହିକ ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିବ , ୨ୟ ରେ ଓଡ଼ିଶାରେ କାର୍ଯ୍ୟ କରୁଥିବା ବିଭିନ୍ନ ବର୍ଗର ରପ୍ତାନୀ/ ଆମଦାନୀ କରି ସଂସ୍ଥା ଏବଂ ସୀମା ଶୁଳ୍କ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ପାଇଁ କାର୍ଯ୍ୟ କରିବା ସର୍ବୋପରି, ଏହି ସଙ୍ଗଠନ କେନ୍ଦ୍ର ସରକାର / ରାଜ୍ୟ ସରକାରଙ୍କର ରପ୍ତାନୀ/ ଆମଦାନୀ ସମକ୍ଷିତ ବିଭିନ୍ନ ବିଭାଗ ଏବଂ ଦେଶ ତଥା ରାଜ୍ୟର ବିଭିନ୍ନ ବ୍ୟବସାୟିକ ସଙ୍ଗଠନ ସହିତ ହାତ ମିଳାଇ ଓଡ଼ିଶାରେ ରପ୍ତାନୀ ବାଣିଜ୍ୟର ଉନ୍ନତି ପାଇଁ ଚେଷ୍ଟା ।



