
ବୁଗୁଡ଼ା , ୨୨/୦୭/୨୨ ( ଜିଲ୍ଲା ଖବର ) : ଭାରତର ପ୍ରଥମ ଓଡ଼ିଆ ମହିଳା ନାଗରିକତ୍ବ ତଥା ମହାମହିମ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି ଶ୍ରୀମତୀ ଦୌପଦୀ ମୁର୍ମୁ । ଅପ୍ରତିଦ୍ୱନ୍ଦୀ ନହେଲେ ମଧ୍ୟ ବହୁ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ସେ ଭାରତର ୧୫ ତମ ରାଷ୍ଟ୍ରପତି ଭାବେ ପରିଗଣିତ ହୋଇଛନ୍ତି। ସେ ରାଜନୀତିରେ ପ୍ରବେଶ କରି ପ୍ରଥମେ ବିଧାୟକ ତାପରେ ମନ୍ତ୍ରୀ ଏବଂ ରାଜ୍ୟପାଳ ଭଳି ଗୁରୁ ଦାୟୀତ୍ବ ବହନ କରିଥିଲେ।



ତାଙ୍କରି ଏତାଦୃଶ କାର୍ଯ୍ୟକଳାପରେ ସନ୍ତୁଷ୍ଟି ହୋଇ ସମସ୍ତ ନେତୃବୃନ୍ଦ ଏହି ନିଷ୍ପତ୍ତି ନେଇ ଭାରତର ସର୍ବୋଚ୍ଚ ଆସନରେ ବସାଇପାରିଥିବା ଯୋଗୁଁ ଭାରତ ଓ ଓଡିଶା ସରକାରଙ୍କୁ ଧନ୍ୟବାଦ। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରରେ ପ୍ରତିଷ୍ଠିତ ହୋଇଥିବା ଅଗ୍ରଣୀ କଳା,ସାହିତ୍ୟ ଓ ସଂସ୍କୃତିର ପ୍ରତିଷ୍ଠାନ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ସମ୍ପାଦକ ତ୍ରିଲୋଚନ ପଣ୍ଡା ଶୁଭେଛା ଜଣାଇଥିବା



ବେଳେ ସଂସଦର ସଭାପତି ହରପ୍ରସାଦ ଦାଶ,ଉପଦେଷ୍ଟା କବି ଅନନ୍ତ କର,ଡ.ବିଜୟ ଚନ୍ଦ୍ର ମହାରଣା,ବଂଶୀଧର ନାୟକ ଓ ବ୍ରଜକିଶୋର ପାଢୀଙ୍କ ସମେତ କିଶୋର ଚନ୍ଦ୍ର ଦାଶ,ଶ୍ରୀଧର ମିଶ୍ର ଏବଂ ଡି.ସନ୍ତୋଷ କୁମାର ପାତ୍ର ପ୍ରମୁଖ ଶୁଭକାମନା ଜଣାଇବା ସହ ଶ୍ରୀମତୀ ମୁର୍ମୁଙ୍କ ଦୀର୍ଘ ଜୀବନ କାମନା କରିଥିଲେ ।
ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର ।


