Saturday, November 14, 2026
Home ଆଞ୍ଚଳିକ ସୋରଡ଼ା ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ଆହ୍ୱାନ କ୍ରମେ ଉପସ୍ଥିତ ରହି ପରିଚାଳନାଗତ ସମସ୍ୟା ଓ...

ସୋରଡ଼ା ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ଆହ୍ୱାନ କ୍ରମେ ଉପସ୍ଥିତ ରହି ପରିଚାଳନାଗତ ସମସ୍ୟା ଓ ବ୍ୟବସ୍ଥା ବିଷୟରେ ବୁଝିଥିଲେ ।

58

ସୋରଡା, ୨୨/୦୭/୨୨ ( ଜିଲ୍ଲା ଖବର ) : ସୋରଡ଼ା ତହସିଲ କାର୍ଯ୍ୟଳୟ ପରିସରରେ ସ୍ୱାଧୀନତା ଦିବସ ପରିଚାଳନା କମିଟିର ମୁଖ୍ୟ ତଥା ସୋରଡ଼ା ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ଆହ୍ୱାନ କ୍ରମେ ଉପସ୍ଥିତ ରହି ପରିଚାଳନାଗତ ସମସ୍ୟା ଓ ବ୍ୟବସ୍ଥା ବିଷୟରେ ବୁଝିଥିଲେ ।ଚଳିତ ବର୍ଷର ସ୍ୱାଧୀନତା ଦିବସ ଛାତ୍ର ଛାତ୍ରୀଙ୍କ ଗହଣରେ ସୁରୁଖୁରୁରେ ସମ୍ପର୍ଣ୍ଣ ପାଇଁ ଆଲୋଚନା କରାଯାଇଛି।

ଏହି ବୈଠକରେ ସ୍ଥାନୀୟ ବୁଦ୍ଧିଜୀବୀ, ସାମ୍ବାଦିକ,ବିଦ୍ୟାଳୟ ଓ ମହାବିଦ୍ୟାଳୟ,ପୋଲିସ ପ୍ରଶାସନର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସଂଗଠନ କର୍ମକର୍ତ୍ତା ଆଦିଙ୍କ ଉପସ୍ଥିତରେ ଆଲୋଚନା କରାଯାଇ ଏକ ପରିଚାଳନାଗତ କମିଟି ଗଠନ କରାଯାଇ ଅଞ୍ଚଳର ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣି ସେମାନଙ୍କୁ ଉଛହିତ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ଏନ୍ ଏ ସି ନିର୍ବାହୀ ଅଧିକାରୀ ଦ୍ବିତୀକୃଷ ପାତ୍ର, ଅତିରିକ୍ତ ତହସିଲଦାର କୁ ରେଶ ଚନ୍ଦ୍ର ଯାନୀଙ୍କ ସହ ଏନ୍ ଏ ସି ର ବିଭିନ୍ନ ବିଦ୍ୟାଳୟ ଓ ଉଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ମହିଳା ଓ ଶିଶୁ ବିଭାଗର ଅଧିକାରୀ ମାନେ ଅଂଶ ଗ୍ରହଣ କରିଛନ୍ତି। ପରନ୍ତୁ ଉଚ୍ଚ ବିଦ୍ୟାଳୟ ଓ ପ୍ରମୁଖ କାର୍ଯ୍ୟଳୟର ମୁଖ୍ୟ ଅଧିକାରୀଙ୍କ ବ୍ୟତୀତ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତ ଯୋଗୁଁ ତହସିଲଦାର କ୍ଷୁବ୍ଧ ପ୍ରକାଶ କରିଥିଲେ।ଏବଂ ସ୍ୱାଧୀନ ଭାରତର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସରକାରଙ୍କ ଘୋଷିତ ଆଯାଦି କି ଅମୃତ ମହୋତ୍ସବ ପାଳନକୁ କିପରି ପ୍ରସ୍ତୁତି ନେଉଛନ୍ତି ।

ତାହା ସ୍ୱଷ୍ଟ ଅନୁମେୟ।ଆଲୋଚନା କ୍ରମେ କରନା ଯୋଗୁଁ ବନ୍ଦ ରହିଥିବା ଦୀର୍ଘ ଦିନର ବ୍ୟବଧାନ ପରେ ପ୍ରାଥମିକ,ଉଚ୍ଚ ପ୍ରାଥମିକ,ମାଧ୍ୟମିକ,ଉଚ୍ଚ ମାଧ୍ୟମିକ,ଉଚ୍ଚ ବିଦ୍ୟାଳୟଓ ମହା ବିଦ୍ୟାଳୟ ସ୍ତରରେ ଚିତ୍ରଙ୍କନ, ପ୍ରବନ୍ଧ ଲିଖନ, ସଂଗୀତ, ବକତୁତା ଆଦି ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ପୁରସ୍କୃତ କରି ସମ୍ପନ୍ନ ପାଇଁ ନୀତି ନିର୍ଦ୍ଧାରଣ ମୁତାବକ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ,ପୋଲିସ,ଦମକଳ,ପୂର୍ତ୍ତ ବିଭାଗ,ମେଡ଼ିକାଲ, ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଭିନ୍ନ ବିଭାଗ ନିର୍ଦ୍ଧାରିତ ସୂଚୀ ମୁତାବକ ସକାଳ ସାଢେ଼ ସାତ ଘଣ୍ଟା ସୁଦ୍ଧା ନିଜ କାର୍ଯ୍ୟଳୟର ପତାକା ଉତ୍ତୋଳନ ପରେ ଶଶୀଭୂଷଣ ବିଦ୍ୟାଳୟର ପଡିଆରେ ସହର ପରିକ୍ରମା ସାରି ଘ ୮.୪୫ ମିନିଟ ସୁଦ୍ଧା ଉପସ୍ଥିତ ପାଇଁ ସମୟ ନିର୍ଦ୍ଧାରଣ ହୋଇଛି।

କମିଟିର ବରିଷ୍ଠ ସଦସ୍ୟ ଲଡୁ କିଶୋର ଦାସ, କାଲି ଚରଣ ପ୍ରଧାନ, ଲମ୍ବୋଦର ଅଧିକାରୀ, ଜଗନ୍ନାଥ ଦାସଙ୍କ ସହ ପ୍ରେସ କ୍ଳବର ବରିଷ୍ଠ ସଦସ୍ୟ ଏ ସାରଥି ପ୍ରମୁଖ ରହି ପରିଚାଳନା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଛି। ପରିଶେଷରେ ଆଗାମୀ ଦିନରେ ନିର୍ଦ୍ଧାରିତ କାର୍ଯ୍ୟପନ୍ଥା ଦ୍ୱାରା ଅନୁଷ୍ଠିତ ସହ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା କରି ସମସ୍ତଙ୍କୁ ଧନ୍ୟବାଦ ଶହ କମିଟି ମୁଖ୍ୟ ସଭା ସାଙ୍ଗ କରିଥିଲେ।ଏହି ବୈଠକରେ ଲଡୁ କିଶୋର ଦାସ, ଜଗନ୍ନାଥ ଦାସ,ସତ୍ୟକାନ୍ତ ପାତ୍ର, ସିତଏସ୍ ସୁଆର, କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ଅଭିମନ୍ୟୁ ଭୂୟାଁ ପ୍ରମୁଖ ଅଂଶ ଗ୍ରହଣ କରି ନିଜ ନିଜର ମତ ରଖିଥିଲେ।