
ହିଞ୍ଜିଳି କାଟୁ , ୨୨/୦୭/୨୨ ( ଜିଲ୍ଲା ଖବର ) : ନୂତନ ଜିଲ୍ଲା ଓ ଦୈରାଜର୍ଜ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା ବ୍ରହ୍ମପୁର ଓ ଅତିରିକ୍ତ ଜିଲ୍ଲା ଜର୍ଜ ମନୋରଞ୍ଜନ ଦାସ ଛତ୍ରପୁର ଆଜି ପ୍ରଥମ ଥର ପାଇଁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଜେଏମଏଫସି କୋର୍ଟ ପରିଷଦ କୁ ପରିଭ୍ରମଣ ରେ ଆସିଥିବାରୁ ହିଂଜିଲିକାଟୁ ଓକିଲ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ସମସ୍ତ ଅତିଥି ବୃନ୍ଦ ପ୍ରଥମେ ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଳ ପ୍ରଦାନ କରିବା ପରେ ଓକିଲ ସଂଘ ସଭାପତି ଦ୍ବିତୀକୃଷ୍ଣ ସାବତ ଙ୍କ ସଭାପତିତ୍ୱ ରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା କରା ଯାଇଥିଲା।

ଜିଲ୍ଲା ଓ ଦୌରା ଜର୍ଜ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲା ଜର୍ଜ ମନୋରଞ୍ଜନ ଦାସ, ବିଚାରପତି ଦୀପ୍ତିମୟୀ ସାହୁ,ରେଜିଷ୍ଟାର, ବରିଷ୍ଠ ଆଇନ ଯିବି ନିର୍ମଳ ସାହୁ ପ୍ରମୁଖ ମଞ୍ଚସିନ ଥିଲେ।

ସଭା ଶେଷରେ ଓକିଲ ସଂଘ ସମ୍ପାଦକ ଶିବରାମ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଓକିଲ ସଂଘର ସମସ୍ତ ଓ ସମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ।


