Home ଆଞ୍ଚଳିକ ବିଶ୍ୱବିଦ୍ୟାଳୟ ମହିଳା କବାଡି ପ୍ରତିଯୋଗି, ଆସିକା କବାଡି କ୍ଲବର ୪ ମହିଳା ଖେଳାଳୀ ମନୋନୀତ

ବିଶ୍ୱବିଦ୍ୟାଳୟ ମହିଳା କବାଡି ପ୍ରତିଯୋଗି, ଆସିକା କବାଡି କ୍ଲବର ୪ ମହିଳା ଖେଳାଳୀ ମନୋନୀତ

39

ଆସିକା,୩୦/୧୨(ଖିରୋଦ ଚନ୍ଦ୍ର ବେହେରା) ; ଆସନ୍ତା ଜାନୁୟାରୀ ୧ ତାରୀଖରୁ ୫ ତାରିଖ ପର୍ଯ୍ୟନ୍ତ ବାରଣାସୀ ସି୍ଥତ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ହେବାକୁ ଥିବା ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା କବାଡି ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କବାଡି ଓ ଆଥଲେଟିକ ଦଳ ପକ୍ଷରୁ ଆସିକା କବାଡି କ୍ଲବର ୪ ମହିଳା ଖେଳାଳୀ ମନୋନୀତ ହୋଇଛନ୍ତି ।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ରୀ ଲିଜା ପାତ୍ର ଓ ସ୍ନେହା ବିଶ୍ୱାଳ,ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ରୀ ମଧୁସ୍ମିତା ପ୍ରଧାନ ଏବଂ ଆଚଂଳିକ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ବାଲିପଦର ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ରୀ ଶିବାନୀ ସ୍ୱାଇଁ ପ୍ରମୁଖ ମନୋନୀତ ହୋଇ ଦଳରେ ସାମିଲ ହୋଇଛନ୍ତି ।

କୋଚ ଦାୟିତ୍ୱାରେ ବୁଗୁଡା ପିପୁଲସ ମହାବିଦ୍ୟାଳୟର କ୍ରିଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଓ ମ୍ୟାନେଜର ଭାବେ ସିଟି କଲେଜର ପୁଷ୍ପାଞ୍ଜଳୀ ପାତ୍ର ପ୍ରମୁଖ ଦଳ ସହିତ ସାମିଲ ହୋଇଛନ୍ତି । ଟିମ ମ୍ୟାନେଜର ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରିଡା ପରିଷଦର ରାଜେଶ ମହାନ୍ତି ଏବଂ କୋଚ ଭାବେ ଭଞ୍ଜନଗର ମହାବିଦ୍ୟାଳୟ କ୍ରିଡା ଶିକ୍ଷକ ପି.ରମେଶ ଦଳରେ ସାମିଲ ହୋଇଛନ୍ତି । ଆସିକା କବାଡି ଦଳ ପକ୍ଷରୁ ଚାରି ଜଣ ମହିଳା କବାଡି ଖେଳାଳୀ ଭଲ ପ୍ରଦର୍ଶନ ପାଇଁ ଶୁଭେଚ୍ଚା ପ୍ରଦାନ କରାଯାଇଛି ।