
ନବରଙ୍ଗପୁର , ୨୨/୦୭/୨୨ ( ଜିଲ୍ଲା ଖବର ) : ତେନ୍ତୁଳୀଖୁଣ୍ଟି ବ୍ଳକ ଅମଳାଭଟା ପଞ୍ଚାୟତ ୮୦୦ କ୍ୟୁଣ୍ଟାଲ ଚାଉଳ ହଡପ ଘଟଣା ରେ ପିଇଓ ଏବଂ ଯୋଗାଣ ସହାୟକଙ୍କ ବିରୋଧରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନବରଙ୍ଗପୁର ଜିଲ୍ଳା ପାଳ । ଦୁର୍ଯ୍ୟୋଧନ ଭୋଇ ଗୋଦାମ ଷ୍ଟକ୍ ଯାଞ୍ଚ କରିଥିଲେ।
ଯାଞ୍ଚ ବେଳେ ୮୦୦ରୁ ଅଧିକ କ୍ୟୁଟାଲ ଚାଉଳ ହଡପ ହୋଇଥିବା ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ଗତ ୫ ତାରିଖରେ ବିଡିଓ ଶ୍ରୀ ଭୋଇ ତେନ୍ତୁଳିଖୁଣ୍ଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏଥିସହ ତେନ୍ତୁଳିଖୁଣ୍ଟି ବ୍ଲକ୍ ଅମଳାଭଟ୍ଟା ପଞ୍ଚାୟତରେ ୮୦୦ରୁ ଅଧିକ କ୍ରିଷ୍ଟାଲ ଚାଉଳ ହଡପ ମାମଲାରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଏହି ମାମଲାରେ ପିଇଓ ହରେକୃଷ୍ଣ ବିଶୋଇଙ୍କୁ ନିଲମ୍ବନ ଏବଂ ଯୋଗାଣ ସହାୟକ ବସନ୍ତ ସଗରିଆଙ୍କୁ ବହିଷ୍କାର କରାଯାଇଛି। ଅନ୍ୟପକ୍ଷରେ ୩ ମାସ ଚାଉଳରୁ ବଞ୍ଚିତ ହୋଇଥିବା ୧୫୦୪ ହିତାଧିକାରୀଙ୍କୁ କେବେ ନ୍ୟାୟ ପ୍ରଦାନ କରାଯିବ, ସେ ସମ୍ପର୍କରେ କୌଣସି ପଦକ୍ଷେପ
ନିଆଯାଇନି।

ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ଯେ, କେବଳ କାର୍ଯ୍ୟାନୁଷ୍ଠାନ ନେଇଗଲେ କ’ଣ ଆମ ମାନଙ୍କର ପେଟ ପୂରିବ କି । ଜିଲ୍ଲା ପ୍ରଶାସନ ତୁରନ୍ତ ସେମାନଙ୍କୁ ବକେୟା ୩ ମାସ ସହ ଚଳିତ ଜୁଲାଇ ମାସର ଚାଉଳ ଆଦାୟ କରୁନ୍ତୁ ।

ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଉ ଏଥିସହ ଏହି ମାମଲାରେ ଅନ୍ୟ ଯେଉଁମାନେ ସଂପୃକ୍ତ, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ। ସୂଚନାଥାଉକି, ପଞ୍ଚାୟତର ୧୫୦୪ ହିତାଧିକାରୀଙ୍କ ଏପ୍ରିଲ, ମେ ଓ ଜୁନ ମାସର ଚାଉଳ ହଡପ କରାଯାଇଥିଲା। ଏ ସମ୍ପର୍କରେ ଅମଳାଭଟ୍ଟା ସରପଞ୍ଚ କାର୍ତିକ ମୁଦୁଲି ପ୍ରଥମେ ଗତ ମାସ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ୩ ମାସଚାଉଳରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କୁ ପ୍ରଦାନ କରିବା ପାଇଁ ନିବେଦନ କରିଥିଲେ ଓ କେବେ ନ୍ୟାୟ ମିଳିବ ବୋଲି ବିଡିଓ ଶ୍ରୀ ଭୋଇ ଏବଂ ବଜାର ନିରୀକ୍ଷକ ରୋହିତ ମାଝୀଙ୍କୁ ପଚାରିବାରୁ ସେମାନେ କହିଛନ୍ତି, ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଯାଇଛି ।

ନିର୍ଦେଶ ଆସିବା ପରେ ଚାଉଳ କେବେ ପ୍ରଦାନ କରାଯିବ। ହିତାଧିକାରୀଙ୍କ ପ୍ରଶ୍ନ, ଯେଉଁ ୮୦୦ରୁ ଅଧିକ ଦ୍ଵିଣ୍ଟାଲ ଚାଉଳ ହଡପ ହୋଇଛି ତାହା ଦୋଷୀ କର୍ମଚାରୀଙ୍କଠାରୁ ଆଦାୟ କରାଯାଉ । ନହେଲେ ଆଗାମୀ ଦିନରେ ଏହାର ପୁନରାବୃତ୍ତି ହେବ ।

ପୁଲିସ୍ ପକ୍ଷରୁ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ ପଚାରିବାରୁ କାମତା ଫାଣ୍ଡି ଅଧିକାରୀ ଭରତ ମାଝୀ କହିଛନ୍ତି ଯେ ତେନ୍ତୁଳିଖୁଣ୍ଟି ଆଇଆଇସି ଉମେଶ ନାୟକଙ୍କ ନିର୍ଦ୍ଦେଶରେ ହଡପ ମାମଲାର ତଦନ୍ତ କରୁଛନ୍ତି । ବିଭିନ୍ନ ରସିଦ ଯାଞ୍ଚ କରିଥିଲେ ।

କିନ୍ତୁ ଭିଜିଲାନ୍ସ ତଦନ୍ତ କରିବା ପରେ ଆଉ ଆଗକୁ ତଦନ୍ତ ପ୍ରକ୍ରିୟା ବଢାଇ ନଥିଲେ । ଦେଖିବାର କଥା, ଆଗାମୀ ଦିନରେ ପୁଲିସ୍ ଓ ଭିଜିଲାନ୍ସ ପକ୍ଷରୁ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ସାଧାରଣରେ ଚର୍ଚ୍ଚା ଜର ହେଉଛି l



