
ଘୁମୁସର , ୨୧/୦୭/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଘୁମୁସର ଜିଲ୍ଲା ବିଜେପି ରେ କମ୍ପନ l ଜିଲ୍ଲା ସ୍ତରୀୟ ଦଳୀୟ କାର୍ଯ୍ୟକଳାପ ଓ ଜିଲ୍ଲା ସଭାପତି ଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ଦଳରୁ ଇସ୍ଥାଫା ଦେଲେ ବିଜେପି ଘୁମୁସର ଜିଲ୍ଲା ଯୁବମୋର୍ଚା ସଭାପତି ପ୍ରମୋଦ କୁମାର ପଣ୍ଡା l

ଏହା ସହିତ ରାଜ୍ୟ ବିଜେପି ଓବିଶି ମୋର୍ଚା ସଂଯୋଜକ ତଥା ଗଜପତି ଜିଲ୍ଲା ଓବିଶି ମୋର୍ଚା ପ୍ରଭାରୀ ବନୀନ୍ଦ୍ର ସାହୁ ନିଜ ପଦ ଓ ବିଜେପି ସଦସ୍ୟ ପଦରୁ ଇସ୍ଥପା ଦେଇଥିବା ବେଳେ ସେମାନଙ୍କ ଇସ୍ଥପା ପତ୍ର ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କ ନିକଟକୁ ପଠାଇଥିବା ସୂଚନା ଦେଇଛନ୍ତି l

ବିଜେପି ସାଙ୍ଗଠନିକ ଘୁମୁସର ଜିଲ୍ଲା ସଭାପତି ବହୁ ଦିନରୁ କର୍ମୀମାନ ଙ୍କୁ ଅବହେଳା କରିବା ସହିତ ଦଳର ବିରୋଧୀ କାର୍ଯ୍ୟରେ ଲିପ୍ତ ରହି ଦଳକୁ ଅବନତି ଆଡକୁ ନେଉଥିବା ଅନୁଭବ କରି ଆଜି ନିଜ ପଦ ଓ ବିଜେପି ପ୍ରାଥମିକ ସଦସ୍ୟ ରୁ ଇସ୍ଥଫା ଦେଇଥିବା ସୂଚନା ଦେଇଥିବା ବେଳେ ସେ କୌଣସି ରାଜନୈତିକ ଦଳ ସହ ଯୋଗଦେବାର କାର୍ଯ୍ୟକ୍ରମ ନାହିଁ l ଯଦି ଆଗାମୀ ଦିନରେ କେହୁଁ ଦଳରେ ସାମିଲ ହୁଅନ୍ତି ତେବେ ସୂଚନା ଦେବା ନେଇ କହିଛନ୍ତି ପ୍ରମୋଦ କୁମାର ପଣ୍ଡା l
ଗଞ୍ଜାମରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।


