
ଖଲ୍ଲିକୋଟ , ୨୧/୦୭/୨୨ ( ଜିଲ୍ଲା ଖବର ) : ଏନ ଡି ଏ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଆଜି ଦେଶର ପଞ୍ଚଦଶ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ତାଙ୍କର ନିଶ୍ଚିତ ବିଜୟ ହେବାକୁ ଥିବା ବେଳେ କେବଳ ଔପଚାରିକ ଦୃଷ୍ଟିରୁ ଫଳାଫଳ ଘୋଷଣାକୁ ଅପେକ୍ଷା କରାଯାଇଛି।


ଦେଶର ବିଭିନ୍ନ ସ୍ଥାନରେ ବିଜୟର ଉସ୍ଛବ ପାଳନ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବିଜେପି ଆଜି ଖଲ୍ଲିକୋଟ ବସଷ୍ଟାଣ୍ଡ ଠାରେ ବିଜୟ ଉସ୍ଛବ ପାଳନ କରିଛି।


ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଅନୀଲ ପଣ୍ଡା, ଜିଲ୍ଲା ଯୁବମୋର୍ଚା ସମ୍ପାଦକ ଯଜ୍ଞ ନାରାୟଣ ଦାସ, ନଗର ବିଜେପି ସଭାପତି ଶଙ୍କର ପ୍ରସାଦ ନାହାକ ସମେତ ଶତାଧିକ କର୍ମୀ ଓ ସାଧାରଣ ଜନତା ଉପସ୍ଥିତ ରହି ବିଜୟ ଉସ୍ଛବ ପାଳନ କରିଥିଲେ।

ଖଲ୍ଲିକୋଟ ବସଷ୍ଟାଣ୍ଡ ଉପରେ ବାଣ ଫୁଟାଇବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ।


