Saturday, November 14, 2026
Home ଆଞ୍ଚଳିକ ନବ ନିର୍ବାଚିତ ରାଷ୍ଟ୍ରପତି ଙ୍କୁ ପ୍ରେସ କ୍ଲବ ତରଫରୁ ଶୁଭେଛା ।

ନବ ନିର୍ବାଚିତ ରାଷ୍ଟ୍ରପତି ଙ୍କୁ ପ୍ରେସ କ୍ଲବ ତରଫରୁ ଶୁଭେଛା ।

67


ଧରାକୋଟ , ୨୧/୦୭/୨୨ ( ଜିଲ୍ଲା ଖବର ) : ଭାରତ ବର୍ଷର ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ଧରାକୋଟ ପ୍ରେସ କ୍ଲବ ତରଫରୁ ଶୁଭେଛା ଜ୍ଞାପନ କରାଯାଇଛି। ଓଡ଼ିଶାର ଆଦିବାସୀ ସଂପ୍ରଦାୟ ର ଝିଅ ଦେଶର ସର୍ବୋଚ୍ଚ ପଦବୀ ମଣ୍ଡନ କରି ପ୍ରଥମ ନାଗରିକ ପଦରେ ଅଧିଷ୍ଠିତ ହୋଇଥିବାରୁ ଏହା ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି। ଯାହାକି ଓଡ଼ିଶାର ସାଢେ଼ ଚାରି କୋଟି ଓଡିଆଙ୍କ ପାଇଁ ସ୍ମରଣୀୟ ଘଟଣା ହୋଇ ରହିବ ।

ଆଜି ଧରାକୋଟ ପ୍ରେସ କ୍ଲବ ପରିସରରେ ଏକ ମିଳିତ ବୈଠକରେ ଉପଦେଷ୍ଟା ହୃଦାନନ୍ଦ ଜେନା,ସଭାପତି ବିଷ୍ଣୁ କେଶରୀ ଆଚାର୍ଯ୍ୟ,ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ନାୟକ,ଉପ ସଭାପତି ଗିରିଜା ପ୍ରସାଦ ରଥ,ସହ ସମ୍ପାଦକ ଶିଶିର ମହାନ୍ତି, କୋଷାଧ୍ୟକ୍ଷ ରବି ନନ୍ଦନ ପ୍ରଧାନ,ରୁଦ୍ର ନାରାୟଣ ପଣ୍ଡା,ଶିବାଜି ଗଣେଶ ପଣ୍ଡା,ବଳରାମ ପାଢ଼ୀ,ଅଶେଷ ପାତ୍ର,ମନୋଜ ଗୌଡ଼, କାଳୀ ଚରଣ ମହାପାତ୍ର,ଶ୍ରୀକାନ୍ତ ସାବତ ଓ ସଂଜିତ୍ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ଶୁଭେଛା ଜଣାଇବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ।