Home ଅପରାଧ ପକଡା ବ୍ୟବସାୟୀ ଙ୍କ ପରଲୋକ।

ପକଡା ବ୍ୟବସାୟୀ ଙ୍କ ପରଲୋକ।

174

ରାୟଗଡ଼ା , ୨୧/୦୭/୨୨ (ଜିଲ୍ଲା ଖବର) : ବିଷମକଟକ ବ୍ଲକ ଅନ୍ତର୍ଗତ ହାଟ ମୁନିଗୁଡା ପଞ୍ଚାୟତର ଜଣେ ଗରିବ ଶ୍ରେଣୀର ପକଡା ବେପାରୀ ପ୍ରସାଦ ସାହୁକାର‌ ବୟସ( ୫୫) ଆଜି ହୃଦଘାତରେ ମୃତୁ୍ୟବରଣ କରିଛନ୍ତି। କିଛି ଦିନ ତଳେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ରାୟଗଡ଼ା ମେଡିକାଲ କୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ଭୁବନେଶ୍ବରରେ ମେଡିକାଲ କୁ ସ୍ଥାନାନ୍ତର କରିଥିଲେ। ହେଲେ ସେଠି ଚିକିତ୍ସା ହୋଇ କିଛି ଦିନ ତଳେ ଘରକୁ ଫେରି ଥିଲେ। ହେଲେ ଆଜି ସକାଳ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ହଠାତ୍ ମୃତ୍ୟୁ ବରଣ କରିଛନ୍ତି। ସେ ଜଣେ ଶାନ୍ତ ଓ ଶରଳ ବ୍ୟକ୍ତି ଥିଲେ। ସେ ଅତି ଗରିବ ଶ୍ରେଣୀର ଲୋକ। ଛୋଟିଆ ପକଡା ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉ ଥିଲା। ତାଙ୍କ ପକଡା ଖାଇବା ପାଇଁ ମୁନିଗୁଡା,ବିଷମକଟକ ବ୍ଲକ ରୁ ଲୋକେ ପକଡା ଖାଇବା ପାଇଁ ଆସନ୍ତି। କାରଣ ତାଙ୍କ ପକଡାରେ ବହୁତ ଟେଷ୍ଟ ରହିଥାଏ। ତାଙ୍କୁ ଲୋକେ ଖୁସିରେ ଆଗନନା ବୋଲି ଡାକନ୍ତି। ତାଙ୍କ ମୃତ୍ୟୁରେ ସମଗ୍ର ହାଟ ମୁନିଗୁଡା ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର