
ଆସିକା,୩୦/୧୨(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ପଥପ୍ରାନ୍ତ କ୍ଷୁଦ୍ର ବ୍ୟବସାୟୀ ଓ ବସ୍ତି ବାସିନ୍ଦା ସଂଘ ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠୀତ ହୋଇଥିବା ବେଳେ ସେମାନଙ୍କ ଥଇଥାନ ଦାବୀ ନେଇ ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କୁ ଦାବୀ ସମ୍ଭଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି । ଆଜି ଦିନ ପ୍ରାୟ ୧୧ ଘଟଂ ସମୟରେ ଆସିକା ପଥପ୍ରାନ୍ତ କ୍ଷୁଦ୍ର ବ୍ୟବସାୟୀ ଓ ବସ୍ତି ବାସିନ୍ଦା ସଂଘ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଛକ ଠାରୁ ଲାଲ ପତାକା ଓ ପୋଷ୍ଟର ଧରି ବାହାରି ନଗର ପରିକ୍ରମା କରି ଆସିକା ଏନଏସି ଅଫିସ ଠାରେ ପହଁଥିଲା । ସେଠାରେ ଦାବୀ ସମ୍ଭଳିତ ଏକ ସ୍ମାରକ ପତ୍ର ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କୁ ଦେଇଥିଲେ । ଗତ ୨୧.୧୦.୨୦୧୯ ତାରିଖ ଦିନ ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ଅଶୋକ କୁମାର ପଣ୍ଡା କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ପୋଲିସ ଫୋର୍ସ ଉପସ୍ଥିିତିରେ ଉଚ୍ଚେଦ କରିଥିଲେ ।
ଏହି ଉଚ୍ଚେଦକୁ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟୀ ପକ୍ଷରୁ ଦୃଢ ପ୍ରତିବାଦ କରାଯାଇଥିଲା । ସେତେବେଳେ କାର୍ଯ୍ୟନିର୍ବାହି ଅଧିକାରୀ ୨ ମାସ ସମୟ ଅବଧି ମଧ୍ୟରେ ମାର୍କେଟ ଜୋନ ପ୍ରସ୍ତୁତ କରି ଉଚ୍ଚେଦ ହୋଇଥିବା ବ୍ୟବସାୟୀ ମାନଙ୍କୁ ପ୍ରଦାନ କରିବା ନେଇ ପ୍ରତିଶୃତି ଦେଇଥିଲେ । ପ୍ରତିଶୃତି ପାଳନ ବିଳମ୍ବ ହୋଇଥିବାରୁ ଆଜି ବ୍ୟବସାୟୀ ମାନେ ଏନଏସି ଅଫିସ ସମ୍ମୁଖରେ ଏକ ପଥପ୍ରାନ୍ତ ସଭା କାର୍ଯ୍ୟ ଆୟୋଜନ କରିଥିଲେ । ଏହି ସଭାକୁ ସଂଘର ସଭାପତି କେ.ପ୍ରଫୁଲ କୁମାର ରାଓ ସଭାପତିତ୍ୱ କରିଥିଲେ । ଏହି ଅବସରରେ ସଭାପତି କେ. ପ୍ରଫୁଲ ରାଓ ତାଙ୍କ ବକ୍ତବ୍ୟରେ ଆସିକା ସହର ବାରମ୍ବାର ବନ୍ୟାରେ ବୁଡି ଯାଉଥିବାରୁ ବ୍ୟବସାୟୀ ମାନେ ବାଣିବିହାର ସ୍ଥିତ ଟିପିସରା ନାଳ ନିକଟରେ ଝୁମ୍ପୁଡି ଘରେ ଦୋକାନ ଖୋଲି ବ୍ୟବସାୟ କରି ନିଜ କୁଟୁମ୍ବ ପ୍ରତିପୋଷଣ କରି ଆସୁଛନ୍ତି । ବ୍ୟବସାୟ ବିନା ଆଉ କୈାଣସି ବେଉସା ନଥିବା ଯୋଗୁଁ ପରିବାର ପୋଷିବା କଷ୍ଟ ହେଉଥିବା ସ୍ମାରକ ପତ୍ରରେ ଦର୍ଶାଯାଇଛି ।
ଏଣୁ ସେମାନଙ୍କୁ ତୁରନ୍ତ ଥଇଥାନ ନ କଲେ ପରିସ୍ଥିତ ଅସମ୍ଭାଳ ହୋଇପଡିବା ଦର୍ଶଯାଇଛି । ଗରିବ ଲୋକ ମାନଙ୍କର ଦୂରାବସ୍ଥାରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ହିଁ ଏକ ମାତ୍ର ବନ୍ଧୁ ହୋଇ ତାଙ୍କୁ ଦୁର୍ଦ୍ଧିନରେ ଲାଲ ପତାକା ନେଇ ଠିଆ ହେବ ବୋଲି ସଭାପତି କେ.ପ୍ରଫୁଲ ରାଓ ପ୍ରତିକ୍ରିୟାରେ କହିଥିଲେ । ଏହି ପ୍ରତିବାଦ ଶୋଭାଯାତ୍ରା ବେଳେ ଆଇନଜୀବୀ ସିମାଚଂଳ ସେଠି,ସଂଘର ସମ୍ପାଦକ ସନ୍ତୋଷ ସାହୁ,ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଆସିକା ଶାଖା ସମ୍ପାଦକ ଲକ୍ଷ୍ମଣ ପାଢୀ ପ୍ରମୁଖ ଯୋଗ ଦେଇଥିଲେ । ଉପେନ୍ଦ୍ର ନାହକ ଏହି ସଭାକାର୍ଯ୍ୟର ଆୟୋଜନ କରଥିବା ବେଳେ ପ୍ରାୟ ଏକ ଶହରୁ ଉର୍ଦ୍ଧ ଲୋକ ପ୍ରତିବାଦ ସଭାରେ ଯୋଗ ଦେଇଥିଲେ । ଶେଷରେ ଆସିକା ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ଅଶୋକ କୁମାର ପଣ୍ଡା ସ୍ମାରକ ପତ୍ର ଗ୍ରହଣ କରି ଉଚ୍ଚେଦ ହୋଇଥିବା ବ୍ୟବସାୟୀ ମାନଙ୍କୁ ଆସନ୍ତା ୧୦.୧.୨୦୨୦ ତାରୀଖ ସୁଦ୍ଧା ଥଇଥାନ କରିବା ନେଇ ନିର୍ଭର ପ୍ରତିଶୃତି ଦେଇଥିଲେ ।



