
ନବରଙ୍ଗପୁର , ୨୧/୦୭/୨୨ ( ଜିଲ୍ଲା ଖବର ) : ନନ୍ଦାହାଣ୍ଡି ବ୍ଲକ ସଦର ମହକୁମା ଡଙ୍ଗର ଭେଜା ଠାରେ ଦ୍ରୌପଦୀ ମୁର୍ମୁଙ୍କ ବିଜୟରେ ଆନନ୍ଦ ଉଲ୍ଲସିତ ହୋଇ ଏକ ବିଜୟ ଉତ୍ସବ ପାଳିତ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ଶିଵ ମନ୍ଦିରରେ ପ୍ରଦୀପ ପ୍ରଜ୍ବଳନ କରି ଏକ ଶୋଭାଯାତ୍ରାରେ ଡଙ୍ଗର ଭେଜାରୁ ବାହାରି ଦହଣା ଗ୍ରାମ ପର୍ଯ୍ୟନ୍ତ ଯାଇଥିଲେ ।

ଡ଼ାକବାଜି ଯନ୍ତ୍ର ବଜାଇ ତ୍ରିରଙ୍ଗା ପତାକା ଧରି ମହାମହିମ ରାଷ୍ଟ୍ରପତି ନୂତନ ଭାବେ ବିଜୟୀ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ଜୟକାର କରିବା ସହ ମିଷ୍ଟାନ୍ନ ବଣ୍ଟନ କରି ଓ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ ।ବିଜେପି ତରଫରୁ ଉତ୍ସବ ଆୟୋଜନ କରାଯାଇଥିବାରୁ ବିଜେପି ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ରୂପେ ଅଂଶ ଗ୍ରହଣ କରିଥିଲେ।

ବ୍ଲକର ଡଙ୍ଗର ଭେଜା ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ନାୟକ ଓ ନନ୍ଦାହାଣ୍ଡି ମଣ୍ଡଳ ସଭାପତି ଅରୁଣ ଷଡ଼ଙ୍ଗୀ ଉପସ୍ଥିତ ରହିଥିଲେ । ଜିଲ୍ଲା ଉପସଭାପତି ସନାତନ ତ୍ରିପାଠୀ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ରିତେଶ କୁମାର ଭଞ୍ଜ ଏବଂ ମଣ୍ଡଳର ଉପସଭାପତି ଗୌର ହରି ଶତପଥୀ,

ଯୁବ ମୋର୍ଚ୍ଚା ସଭାପତି ଲଛମନ ଗୌଡ଼ ମିଡ଼ିଆ ସଂଯୋଜକ ସୌମ୍ୟକାନ୍ତ ତ୍ରିପାଠୀ,ଜାନକୀ କାନ୍ତ ବିଷୋୟୀ ଓ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହି ଓଡିଶା ପାଇଁ ଗର୍ଵ ଓ ଗୌରବର ବିଷୟ ବୋଲି ସମସ୍ତେ ଉଲ୍ଲସିତ ହୋଇଥିଲେ ।
ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ବିଷୋୟୀ ଙ୍କ ରିପୋର୍ଟ ଜିଲ୍ଳା ଖବର l



