
ଆସିକା,୩୦/୧୨(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ ଅର୍ଥଶାସ୍ତ୍ର ବିଭାଗ ପକ୍ଷରୁ “ଆର୍ଥିକ ମାନ୍ଦାବସ୍ଥା ଓ ଭାରତୀୟ ଅର୍ଥ ଅବସ୍ଥା” ବିଷୟରେ ପାଠଚକ୍ର ଅନୁଷ୍ଟିତ ହୋଇଥିଲା । ଅର୍ଥଶାସ୍ତ୍ର ବିଭାଗୀୟ ମୁଖ୍ୟ ଡଃ.ଗଣେଶ୍ୱର ମାଝିଙ୍କ ପୈାରହିତ୍ୟରେ ଏହି ପାଠଚକ୍ର ଅନୁଷ୍ଠିତ ହୋଇଥିବା ବେଳେ ଆଲୋଚନା ପାଠଚକ୍ରରେ ମୁଖ୍ୟ ଅତିଥି ଭାବେ ପାରଳା ମହାରାଜ ଇଞ୍ଜିନିୟର ମହାବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗର ପ୍ରଫେସର ଡଃ.ଜ୍ଞାନ ରଞ୍ଜନ ମହାନ୍ତି ଯୋଗ ଦେଇଥିଲେ । ଏହି ଆଲୋଚନା ଚକ୍ରରେ ସୁଶ୍ରୀ ଅଙ୍କିତା ନାହକ,ଭାରତୀ ସାସମଲ ଓ ସୁଜ୍ଞାନୀ ଗୈାଡ ପ୍ରମୁଖ ତିନୋଟି ଲେଖାଏଁ ସ୍କନ୍ଦର୍ଭ ପାଠ କରିଥିଲେ । ଏହି ଆଲୋଚନା ଚକ୍ରରେ ଭାରତୀୟ ଅର୍ଥ ବ୍ୟବସ୍ଥାର ମାନ୍ଦାବାସ୍ଥା ଓ ଏହାର କୁ ପରିଣାମର ବିଭିନ୍ନ ଦିଗ ଉପରେ ବିଶଦ ଭାବରେ ଆଲୋକପାତ କରାଯାଇଥିଲା ।
ବିମୁଦ୍ରିକରଣ ଓ ଜି.ଏସ.ଟି ଭଳି ଆର୍ଥିକ ପଦକ୍ଷେପ ପରବର୍ତି ସମୟରେ ଏହାର ପରିଚାଳନା ତ୍ରୁଟି ଯୋଗୁଁ ଭାରତୀୟ ମୋଟ ଉତ୍ପାଦନ ଓ ନିୟୋଜନ କ୍ଷେତ୍ରରେ ସଙ୍କୋଚନ କ୍ରମାନ୍ୱୟରେ ପରିଲକ୍ଷିତ ହେଉଛି । ଯାହାକୁ ଉପଯୁକ୍ତ ଆର୍ଥିକ ପଦକ୍ଷେପ ବଳରେ ରୋକାଯାଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା । ଏହି ଆଲୋଚନା ଚକ୍ରରେ ସ୍ଥାନୀୟ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଅର୍ଥଶାସ୍ତ୍ର ବିଭାଗୀୟ ମୁଖ୍ୟ ସାଲ କୁମାର ସ୍ୱାମୀଙ୍କ ସହିତ ଆସିକା ସରକାରୀ ନିରଞ୍ଜନ ମହିଳ ମହାବିଦ୍ୟାଳୟ ଅଧ୍ୟାପକ ଡଃ.ଲକ୍ଷ୍ମଣ କୁମାର ସୋରେନ,ଡଃ.ଲିନା ଲିଲିଆନ, ଡଃ.ସୁପ୍ରିୟା ଦାଶ,ଡଃ. ଯସଶ୍ରୀ ମଲ୍ଲିକ, ଗୋପିନାଥ କର,ଭାରତୀ ପ୍ରଧାନ,ବିନାୟକ ବେହେରା,ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ପ୍ରାୟ ଶହେରୁ ଉର୍ଦ୍ଧ ଛାତ୍ରୀ ଯୋଗ ଦେଇଥିଲେ ।



