Wednesday, October 14, 2026
Home ଆଞ୍ଚଳିକ ଆସିକା ମହାବିଦ୍ୟାଳୟ ସାମ୍ନାରେ ଅଧ୍ୟାପକ ଙ୍କ ପ୍ରତୀକାତ୍ମକ ଅନୁଦାନ ସତ୍ୟାଗ୍ରହ ।

ଆସିକା ମହାବିଦ୍ୟାଳୟ ସାମ୍ନାରେ ଅଧ୍ୟାପକ ଙ୍କ ପ୍ରତୀକାତ୍ମକ ଅନୁଦାନ ସତ୍ୟାଗ୍ରହ ।

91

ଆସିକା , ୨୧/୦୭/୨୨ ( ଜିଲ୍ଲା ଖବର ) : ୨୦୦୮ ମସିହା ପରବର୍ତୀ ଅଧ୍ୟାପକ କର୍ମଚାରୀ ଙ୍କୁ ପୂର୍ଣ୍ଣ ଅନୁଦାନ ଦାବିରେ ପ୍ରତୀକାତ୍ମକ ଅନୁଦାନ ସତ୍ୟାଗ୍ରହ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ

ଓଡିଶା ସଙ୍ଘ ପକ୍ଷରୁ ଆଜି ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାନ ମହାବିଦ୍ୟାଳୟ ଆଗରେ ଧାରଣା ରେ ବସିଥିଲେ କଲେଜ ରେ କାର୍ଯ୍ୟରତ କର୍ମଚାରୀ l

ଦୀର୍ଘ ୧୩ ବର୍ଷରୁ ଉର୍ଦ୍ଧ ସମୟ ଧରି ସ୍ୱଳ୍ପ ଦରମାରେ ଏହି କର୍ମଚାରୀ ମାନେ କାର୍ଯ୍ୟ କରୁଥିବା ବେଳେ ରାଜ୍ୟ ସରକାର ଏହି ଅଧ୍ୟାପକ ମାନଙ୍କୁ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ସଙ୍ଘ କର୍ମକର୍ତା l

ସମାନ କାର୍ଯ୍ୟ ସମାନ ଦରମା ଦାବିରେ ସଙ୍ଘ ପକ୍ଷରୁ ବହୁବାର ରାଜ୍ୟ ସରକାର ଙ୍କ ନିକଟରେ ଅଭିଯୋଗ କରାଯାଉଥିଲେ ମଧ୍ୟ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା

ବେଳେ ଯଦି ଆଗାମୀ ଦିନରେ ସମସ୍ୟାର ସମାଧାନ ନହୁଏ ତେବେ ୨୦୨୪ ସାଧାରଣ ନିର୍ବାଚନ ରେ ସଙ୍ଘ ପକ୍ଷରୁ ଉଚିତ ଜବାବ ଦିଆଯିବା ନେଇ କହିଛନ୍ତି ସଂଘର କର୍ମକର୍ତା l