Saturday, November 14, 2026
Home ଆଞ୍ଚଳିକ ଭଞ୍ଜନଗର କେନ୍ଦ୍ରୀୟ ବନାଞ୍ଚଳ କାର୍ଯ୍ୟାଳୟ ଘେରାଉ ।

ଭଞ୍ଜନଗର କେନ୍ଦ୍ରୀୟ ବନାଞ୍ଚଳ କାର୍ଯ୍ୟାଳୟ ଘେରାଉ ।

24

ଭଞ୍ଜନଗର , ୨୧/୦୭/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର କେନ୍ଦ୍ରୀୟ ବନାଞ୍ଚଳ ପରିସରରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘରଣା ଲୋକେ ଅଡ଼ି ବସିଥିଲେ ଆମ ସବଦାହ କାଠ ଆମକୁ ଦିଅ।

ଘଟଣା କଣ ବୁଝିଲା ବେଳକୁ ଜଣାପଡିଲା ଯେ ବାଉଁସଲଉଣ୍ଡି ଗ୍ରାମ ପଞ୍ଚାୟତ ଗୃହ ସମ୍ମୁଖରେ ଥିବା କେତେକ ଝାଉଁ ଗଛକୁ ପୂର୍ତ୍ତ ବିଭାଗ କାହାକୁ ନ ଜଣାଇ କାଟି ପକାଇଲେ।

ଏହାକୁ ଦେଖି ଗ୍ରାମ ବାସୀ ସଂଗୃହିତ କାଠ ଗୁଡିକୁ ପୂର୍ତ୍ତ ବିଭାଗ ଅନୁମତି କ୍ରମେ ପଂଚାୟତ ଗୃହରେ ରଖା ଯାଇଥିଲା କିନ୍ତୁ ଜଙ୍ଗଲ ବିଭାଗ କର୍ମଚାରୀ ଆସି ସେ ସବୁକୁ ବେଆଇନ ଦର୍ଶାଇ କାଠ ଗୁଡିକୁ ନେଇଥିଲେ।ଯୋଉଠି ଶହ ଶହ ହାତୀଦାନ୍ତ ପାଇଁ ହାତୀ ଗୁଡିକୁ ହତ୍ୟା କରୁଛନ୍ତି ଓ ଜଙ୍ଗଲ ବିଭାଗ ଟେର ପାଉନି ,ଯୋଉଠି ଗଛ ଲଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଉଛି ସେଠି ଗଛ କାଟିବାର ଅଭିପ୍ରାୟ କଣ?

କିନ୍ତୁ ସାମାନ୍ୟ 7 ଖଣ୍ଡ ଜାଳେଣି କାଠକୁ ନେବା ବଡ ଦୁଃଖ ଓ ପରିତାପର ବିଷୟ।ପଞ୍ଚାୟତ ସରପଞ୍ଚ ଙ୍କ ଅଭିଯୋଗ ତାଙ୍କ ଅନୁମତି ବିନା ପଂଚାୟତ ପରିସରରେ ପଶିବା ତାଲା ଭାଙ୍ଗିବା କେତେ ଯୁକ୍ତିଯୁକ୍ତ କଥା।

ସେପଟେ ଗ୍ରାମବାସୀ ଓ ବିଜେପି ର ନେତାମାନେ ଶାସକ ଦଳକୁ ଦାୟୀ କରୁଥିବାବେଳେ, ସବଦାହ ପାଇଁ ରଖା ଯାଇଥିବା ଛଅ ଖଣ୍ଡ କାଠ କେବେ ଫେରାଇବେ ଜଙ୍ଗଲ ବିଭାଗ ଦେଖିବାର ବାକି ରହିଲା ।