
ଧରାକୋଟ , ୨୧/୦୭/୨୨ ( ଜିଲ୍ଲା ଖବର ) : ପରିବାର ପ୍ରତିପୋଷଣ ପାଇଁ ବାପୁଜୀ ଯାଇଥିଲେ ସୁଦୁର କେରଳ।ଗତ ୭ ମାସ ତଳେ ସ୍ତ୍ରୀ କୁ ବପୁଜୀ କହି ଘରୁ ବାହାରି ଥିଲେ ,
ଅଧିକ ରୋଜଗାର କରି ଆସିବି,ପିଲାର ମୁହଁ ଦେଖିବି।କିନ୍ତୁ ସେ ଆଉ ଫେରିଲେନି।ଆଉ ଫେରିଲେ ଶବ ହୋଇ ।

ଧରାକୋଟ ବ୍ଲକ ଜାହାଡା ଗ୍ରାମ ସାକ୍ଷୀଗୋପାଳ ସାହିର ୩୫ବର୍ଷୀୟ ଯୁବକ ବାପୁଜି ପୋଲାଇ ସ୍ତ୍ରୀ ମମାଲି, ଦୁଇ ଝିଅ ଯମୁନା, ତମନ୍ନା ଓ ମାଆ କୋଳରେ ୩ ମାସର ପୁତ୍ର ସନ୍ତାନ ବାବୁ ଏହାକୁ ନେଇ ପାଞ୍ଚ ପ୍ରାଣୀର କୁଟୁମ୍ବ। ୭ ମାସ ତଳେ ବପୁଜୀ କେରଳ ଯାଇଥିବା ବେଳେ ଜନ୍ମ ହୋଇନଥିଲା ପୁଅ ବାବୁ। ପୁଅ ଜନ୍ମର ଖବର ପାଇ ଅନେକ ଥର ସେ ଚେଷ୍ଟା କରିଥିଲେ ଗାଁ କୁ ଆସିବାକୁ।

କିନ୍ତୁ ବିଧିର ବିଧାନ ଅଲଗା ଥିଲା। ଦେହ ଖରାପ କାରଣରୁ ସେ ଘରକୁ ଟ୍ରେନରେ ଫେରୁଥିଲା ବେଳେ ଅଧିକ ଅସୁସ୍ଥତା ଅନୁଭବ ହେବାରୁ ବପୁଜୀ ଆୱାଡି ଷ୍ଟେସନରେ ଓଲ୍ହାଇ ଥିଲେ ଏବଂ ସେଠି ତାଙ୍କରୀ ମୃତ୍ୟୁ ହୋଇଥିଲା।ସେଠୁ ତାଙ୍କର ମର ଶରୀରକୁ ଗାଁ କୁ ଆଣିବା ପାଇଁ ଗ୍ରାମବାସୀ ବ୍ୟବସ୍ଥା କରିଥିଲେ।

ଗ୍ରାମ କମିଟିର ଅନୁରୋଧ କ୍ରମେ ପୂର୍ବତନ ସାନଖେମୁଣ୍ଡି ବିଧାୟିକାଙ୍କ ତତ୍ଵବଧାନରେ ଓଡ଼ିଶା ମୋ ପରିବାର ସଂଗଠନର ସଂଯୋଜକ ସୁବାଷ ମହାରଣାଙ୍କ ନେତୃତ୍ୱରେ ସୁଦୁର ଆୱାଡିରୁ ଜନ୍ମ ମାଟିକୁ ବପୁଜୀଙ୍କ ମର ଶରୀରକୁ ଅଣାଯାଇଥିଲା।ଏକ ଶୋକକୁଳ ପରିବେଶ ଭିତରେ ଗାଁ ସ୍ମଶାନରେ ଶବ ସତ୍କାର କରାଯାଇଥିଲା।ଶୋକ ସଂତପ୍ତ ପରିବାରକ ପାଖରେ ବହୁ ରାଜନେତା ଓ ପ୍ରଶାସନିକ ଅଧିକାରୀ ମାନେ ପହଁଚି ଶବ ସତ୍କାର ପାଇଁ ଆର୍ଥିକ ଅନୁଦାନ ଦେଇଥିଲେ।



