Tuesday, October 20, 2026
Home ଅପରାଧ ରାୟଗଡା ଭିଜିଲାନ୍ସ ଦ୍ବାରା ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ।

ରାୟଗଡା ଭିଜିଲାନ୍ସ ଦ୍ବାରା ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ।

95

ରାୟଗଡ଼ା , ୨୦/୦୭/୨୨ ( ଜିଲ୍ଲା ଖବର ) : ରାୟଗଡା ଭିଜିଲାନ୍ସ ଦ୍ବାରା ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ।

କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ମାଣ୍ଡାଙ୍ଗିଙ୍କୁ ଗିରଫ କଲା ଭିଜିଲାନ୍ସ।

୨୭ ଲକ୍ଷରୁ ଅଧିକ ଭତ୍ତା ଟଙ୍କା ଆତ୍ମସାତ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ।କଲ୍ୟାଣନସିଙ୍ଗପୁର ଓ ପାରସାଲି ପଞ୍ଚାୟତ ର ଗରିବ ମାନଙ୍କ ବର୍ଧ୍ୟକ ଭତା ଓ ମଧୁବାବୁ ପେନସନ ଟଙ୍କା ହଡପ କରିଥିବା ଅଭିଯୋଗ ରେ ଗିରଫ କରିଛି ଭିଜିଲାନ୍ସ ।

ଗତ ଡିସେମ୍ବର ମାସ ଠାରୁ ଜୁନ ମାସ ପର୍ଯ୍ୟନ୍ତ ଭତା ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆସିଛି ।ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।