Friday, November 13, 2026
Home ଆଞ୍ଚଳିକ ଭାସି ଯାଉଥିବା ଛାତ୍ରକୁ ବଞ୍ଚାଇଥିବା ଅଗ୍ନିଶମ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ।

ଭାସି ଯାଉଥିବା ଛାତ୍ରକୁ ବଞ୍ଚାଇଥିବା ଅଗ୍ନିଶମ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ।

101

ବେଲଗୁଣ୍ଠା, ୨୦/୦୭/୨୨ ( ଜିଲ୍ଲା ଖବର ) : ବନ୍ୟା ପାଣିରେ ଭାସି ଯାଉଥିବା ଜଣେ ଛାତ୍ରଙ୍କୁ ଡ୍ୟୁଟି ସମୟରେ ନଥାଇ ଉଦ୍ଧାର କରିଥିବା ଅଗ୍ନିଶମ କର୍ମଚାରୀ ଉଲ୍ଲାସ ସ୍ୱାଇଁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I

ସୁଚନା ପ୍ରକାରେ ଗତ ଲଗାଣ ବର୍ଷାରେ ବେଲଗୁଣ୍ଠା ଠେଙ୍ଗାଧର ରାସ୍ତାରେ ଦୁଇ ଫୁଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିଲା ।

ଏହି ସମୟରେ ସେହି ରାସ୍ତା ଦେଇ ସାଇକେଲ୍ ରେ ଯାଉଥିବା ବେଲଗୁଣ୍ଠାର ସନ୍ତୋଷ ପାତ୍ରଙ୍କ ପୁଅ ପ୍ରବୀଣ ପାତ୍ର ହଠାତ୍ ଭାସି ଯାଇଥିଲେ I

ଘଟଣା ସମୟରେ ପ୍ରବୀଣଙ୍କ ସାଙ୍ଗମାନେ ସହାୟତା ପାଇଁ ପାଟି କରିବାରୁ ସେହି ଅଞ୍ଚଳରେ ବୁଲୁଥିବା ବେଲଗୁଣ୍ଠା ଅଗ୍ନିଶମ କର୍ମଚାରୀ ଉଲ୍ଲାସ ବନ୍ୟା ଜଳକୁ ଲମ୍ଫ ଦେଇ ଭାସିଯାଉଥିବା ଯାଉଥିବା ଛାତ୍ର ପ୍ରବୀଣକୁ ଉଦ୍ଧାର କରିବା ସହ ତାର ପ୍ରାଥମିକ ଚିକିତ୍ସା କରାଇ ତାର ଜୀବନ ବଞ୍ଚାଇଥିଲେ I

ଡ୍ୟୁଟିରେ ନଥିବା ସତ୍ତ୍ୱେ ନିଜ ଜୀବନକୁ ବାଜି ଲଗାଇ ଛାତ୍ରଟିର ଜୀବନ ରକ୍ଷା କରିଥିବାରୁ ପ୍ରବୀଣଙ୍କ ପରିବାର ସଦସ୍ୟ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ଉଲ୍ଲାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି I