
ଆସିକା,୩୦/୧୨(ଖିରୋଦ ଚନ୍ଦ୍ର ବେହେରା) ; ଆସିକା କଳିଙ୍ଗ ରୋଡ ସ୍ଥିତି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମ୍ମୁଖ ମହୋତ୍ସବ ପଡିଆରେ ଆସିକା ଗାୟତ୍ରୀ ପରିବାର ପକ୍ଷରୁ ଅନୁଷ୍ଠୀତ ହୋଇଥିବା ୧୦୮ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞର ପ୍ରଥମ ପର୍ବର ପବିତ୍ର ଭୁମି ପୂଜନ ସମାରୋହ ଏବଂ ଦେବ ଦମ୍ପତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆସିକାର ଅଧିଷ୍ଠାତ୍ରୀ ଦେବୀ ମାଁ ଖମ୍ବେଶ୍ୱରୀଙ୍କ ଠାରୁ ଆଜ୍ଞାମାଳ ନେଇ ଶକ୍ତି କଳସ ସହ ଗ୍ରାମ ପରିକ୍ରମା କରାଯାଇ ଭୁମି ପୂଜନ ଓ ଦେବ ଦମ୍ପତି ସମ୍ମିଳନୀରେ ସ୍ଥାପନ କରାଯାଇଥିଲା । ଏହି ଅବସରରେ ଦମ୍ପତି ମାନଙ୍କ ଦ୍ୱାରା ଯଜ୍ଞ ଆହୁତି ହୋଇଥିଲା । ଭୂମି ପୂଜନ ଦେବ ମଚଂରେ ଶକ୍ତି କଳସ ପ୍ରତିଷ୍ଠା ହେବା ପରେ ୩୩ କୋଟି ଦେବତାଙ୍କୁ ଆବାହନ କରାଯାଇଥିଲା । ଦେବ ଦମ୍ପତି ମାନଙ୍କ ପୈାରହିତ୍ୟରେ ବେଦମନ୍ତ୍ର ଧ୍ୱନୀ ରେ ଆହୁତି ସହ ଭୁମି ପୂଜନ କାର୍ଯ୍ୟ କରାଯାଇଥିଲା ।

ଏହାପରେ ଶୁଭଖୁଟିଂ ସ୍ଥାପନ କରାଯାଇଥିଲା । ଆସିକା ଜନସାଧାରଣ ଏବଂ ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ପ୍ରତ୍ୟେକ୍ଷ ତତ୍ୱାବାଧାନରେ ଏକ ବିଶାଳ ଜନଜାଗରଣ ୧୦୮ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ସମ୍ପନ୍ନ ହୋଇଥିବା ବେଳେ ଧରାପୃଷ୍ଠରେ ଶାନ୍ତିର ପ୍ରତିଷ୍ଠା ଏବଂ ମନୁଷ୍ୟ ଭିତରେ ଦେବତ୍ୱର ଜାଗରଣ କରି ସାରା ବିଶ୍ୱରେ ଆଧ୍ୟାତ୍ମିକ ଦୈବୀ ଚେତନା ବିସ୍ତାରିତ କରି ପ୍ରତ୍ୟେକଙ୍କ ମଧ୍ୟରେ ପାରିବାରିକ ଶାନ୍ତି,ଶ୍ରଦ୍ଧା ସମ୍ବର୍ଦ୍ଧନା ଏବଂ ସତବୁଦ୍ଧି, ସତଜ୍ଞାନ ଜାଗ୍ରତ କରିବା ଏହି ମହାଯଜ୍ଞରେ ମୁଖ୍ୟ ଲକ୍ଷ୍ୟ ବୋଲି ସୂଚନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ,ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ,ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ,ଆସିକା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳ୍ଲିକ,କବିସୂର୍ଯ୍ୟନଗର ଏନଏସି ଉପାଧ୍ୟକ୍ଷା ମନୋରଞ୍ଜନ ମହାପାତ୍ର,ସତ୍ୟନାରାୟଣ ସ୍ୱାଇଁ,ଦିଲ୍ଲିପ କୁମାର ପାଣିଗ୍ରାହି,ବିଶେଶ୍ୱର ପ୍ରଧାନ,ଏମ.ତାରିଣୀ ସେନାପତି,ସନ୍ତୋଷ କୁମାର ପୋଲାଇ,ଅଭିମନ୍ୟୁ ରାଉତ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଦକ୍ଷିଣ ଓଡିଶା ଉପଜୋନ ପ୍ରଭାରୀ ଡଃ.ବୃନ୍ଦାବନ ମିଶ୍ର, ଜ୍ୱାଳା ପ୍ରସାଦ ଆଚାର୍ଯ୍ୟ,ଅରୁଣ କୁମାର ପାତ୍ର, ପଚାଂନନ ନାହକ,ପାଣ୍ଡବ ଗୈାଡ, କାଳୁଚରଣ ମହାରଣା,ଚିତ୍ରସେନ ଡାକୁଆ,ଶରତ ଚନ୍ଦ୍ର ତ୍ରିପାଠୀ,ଗୋକୁଳ ଚନ୍ଦ୍ର ନାହକ,ବଳରାମ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ଶାନ୍ତି କୁଞ୍ଜ ପ୍ରତିନିଧିଙ୍କ ଦ୍ୱାରା ଏହି ଯଜ୍ଞ କାର୍ଯ୍ୟ ସଚାଂଳନ କରାଯାଇଥିଲା । ଆସିକା ଅଚଂଳ ସମେତ ଏହାର ଆଖପାଖ ଅଚଂଳର ଭକ୍ତ ଶ୍ରଦ୍ଧାଳୁ ଯୋଗ ଦେବା ସହ ଗ୍ରାୟତ୍ରୀ ଶ୍ଲୋକ,ଘୃତ ଯଜ୍ଞ,ଅନ୍ନ ଯଜ୍ଞ ପ୍ରଭୃତି ଆୟୋଜନ ହୋଇଥିଲା ।



