
ଗୁଣପୁର , ୨୦/୦୭/୨୨ ( ଜିଲ୍ଲା ଖବର ) : ଆଜି ସ୍ଥାନୀୟ ମହର୍ଷି +୩ ବିଜ୍ଞାନ ଆବାସିକ ମହାବିଦ୍ୟାଳୟ ରେ ଶେଷ ବର୍ଷ ଛାତ୍ର ଛାତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି ।
ସ୍ଥାନୀୟ ଶ୍ରୀ ସତ୍ୟା ରେସିଡେନ୍ସି ରେ ଏହି ଉଛବ ପାଳନ କରାଯାଇଛି ।

ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୁଣୁପୁର ମହାବିଦ୍ୟାଳୟ ର ଇତିହାସ ବିଭାଗ ର ମୁଖ୍ୟ ଡ଼ ଜବାହରଲାଲ ଚୌଧୁରୀ ଯୋଗ ଦେଇଥିଲେ ।




ତାଙ୍କ ସହିତ ଅନୁଷ୍ଠାନ ର ଅଧ୍ୟକ୍ଷ ଡ଼ ଗଣେଶ୍ୱର ସାହୁ, ସଭାପତି ସନ୍ତୋଷ କୁମାର ଗୁରୁ, ଉପ ସଭାପତି ଦେବାଶିଷ ପଣ୍ଡା, ସମ୍ପାଦକ ରାଜେଶ କୁମାର ପଣ୍ଡା, ନିର୍ଦେଶକ ଲୋକନାଥ ମିଶ୍ର ମେଞ୍ଚା ସିନ ଥିଲେ ।କାର୍ଯ୍ୟକ୍ରମ କୁ ନିରୂପମା ମହାନ୍ତି ସଂଯୋଜନା କରିଥିଲେ ।


ଦୁଇଟି ଛାତ୍ର IIT ଜାମ ରେ କୁରତିତ୍ୱ ହାସଲ କରିଛନ୍ତି ଓ ସେମାନଙ୍କୁ ଅନୁଷ୍ଠାନ ପକ୍ଷରୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଇଛି ।



୩ଟି ଛାତ୍ର କୋଗ୍ନିଜେଣ୍ଟ ସଫ୍ଟୱେର କମ୍ପାନୀରେ ଚାକିରୀ ପାଇଥିଲେ ।ସେମାନଙ୍କୁ ପୁରସ୍କୃତ କରାଯାଇଛି ।


