Saturday, November 14, 2026
Home ଆଞ୍ଚଳିକ ଓଡିଶା ଡ୍ରାଇଭର ମହାସଂଘ,ବୁଗୁଡ଼ା ଶାଖା ପକ୍ଷରୁ ମୃତ ଡ୍ରାଇଭର ପରିବାରକୁ ସହାୟତା ପ୍ରଦାନ ।

ଓଡିଶା ଡ୍ରାଇଭର ମହାସଂଘ,ବୁଗୁଡ଼ା ଶାଖା ପକ୍ଷରୁ ମୃତ ଡ୍ରାଇଭର ପରିବାରକୁ ସହାୟତା ପ୍ରଦାନ ।

119

ବୁଗୁଡା , ୨୦/୦୭/୨୨ ( ଜିଲ୍ଲା ଖବର ) : ଆଜି ଜୈନକ ଡ୍ରାଇଭର ବନ୍ଧୁଙ୍କ ଅକାଳ ବିୟୋଗରେ ମର୍ମାହତ ହୋଇ ଓଡିଶା ଡ୍ରାଇଭର ମହାସଂଘ,ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଶାଖା ପକ୍ଷରୁ ସ୍ବର୍ଗତ ସାହୁଙ୍କ ଗ୍ରାମକୁ ଯାଇ କିଛି ସହାୟତା ପ୍ରଦାନ କରିଥିବା ବେଳେ ସମବେଦନା ଜଣାଇଛନ୍ତି । ପ୍ରକାଶ ଯେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଭଗବାନ ପୁର ଗ୍ରାମର ନାରାୟଣ ସାହୁଙ୍କ ଆକସ୍ମିକ ଭାବେ ହୃଦଘାତରେ ମୃତ୍ୟୁବରଣ କରିଥିଲେ ।

ସେ ଦୀର୍ଘ ଛ’ବର୍ଷ ପୂର୍ବରୁ ବିବାହ କରିଥିବା ବେଳେ ଗୋଟିଏ ଝିଅକୁ ଚାରିବର୍ଷ ଓ ଗୋଟିଏ ପୁଅର ଏକମାସ ପୂର୍ବରୁ ଜନ୍ମୋତ୍ସୋବ ଯାଇଛି । ଏମିତିକା ସ୍ଥିତିରେ ନାରାୟଣ ସମସ୍ତଙ୍କୁ ପର କରି ପରପାରିକୁ ପଳାଇଗଲେ ।

ଆଜି ସ୍ବର୍ଗତ ଙ୍କ ଏକାଦଶାହ ଅବସରରେ ତାଙ୍କରି ବାସଭବନକୁ ଯାଇ ସଂଘ ପକ୍ଷରୁ ଦଶ ହଜାର ଟଙ୍କା ଓ ଚାଉଳ ଏକ ପ୍ୟାକେଟ୍ ଦେବା ସହ ସମବେଦନା ଜଣାଇ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।

ଏହି ଅବସରରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ସଭାପତି ରାଧାମୋହନ ସ୍ବାଇଁଙ୍କ ନେତୃତ୍ବରେ ଜିଲ୍ଲା କମିଟି ଉପସଭାପତି ସୁମନ ଆଲଟିଆ,ସହସମ୍ପାଦକ ସୁରେଶ ସିଂହ,ଦିଲ୍ଲିପ କୁମାର ସାହୁ,ଉପଦେଷ୍ଟା କୁମାର ବଣଙ୍କ ସମେତ ଆସିକା ଶାଖା,ଶେରଗଡ ଶାଖା ଏବଂ ପାଟପୁର ଶାଖାର ପ୍ରଦୀପ,ସୁରେଶ,ନାରାୟଣ,ସିଲୁ,
ଜୟ ଓ ରବିନ୍ଦ୍ର ପ୍ରମୁଖ ସଂଘର ବହୁ ସଦସ୍ଯ ଉପସ୍ଥିତ ଥିଲେ ।

ଏହି ଅବସରରେ ସଂଘମ୍ ଶରଣମ୍ ଗଛାମୀ ଏବଂ ପ୍ରତି କାର୍ଯ୍ୟରେ ଏକତାର ହିଂ ବଳ ବୋଲି ମତପ୍ରକାଶ କରିଥିଲେ ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର ।