ଆସିକା,୩୦/୧୨(ଖିରୋଦ ଚନ୍ଦ୍ର ବେହେରା) ;
ଆସିକା ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଏନଏସଏସ ଶିବିର ୭ ଦିନ ଧରି ଅନୁଷ୍ଟିତ ହୋଇଥିବା ବେଳେ ଆଜି ଆସିକା ଉପଖଣ୍ଡ ଚିକିତ୍ସାଳୟ ଚିକିତ୍ସା ଅଧିକାରୀ ଡଃ.ମୋହନ ବାରିକ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ଅଶ୍ୱିନୀ କୁମାର ଦାଶଙ୍କ ତତ୍ୱାବାଧାନରେ ଅନୁଷ୍ଟିତ ହୋଇଥିବା ବେଳେ ମହାବିଦ୍ୟାଳୟରେ ପ୍ରାୟ ୨ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ,ଅଭିଭାବକ,ବରଗାଁ ମହିଳା ଗ୍ରୁପ ପ୍ରମୁଖ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଗ୍ରାମରେ ସଫେଇ କାର୍ଯ୍ୟ କରାଥିଲା । ଏହା ସହିତ ଗଛ ଲଗାଇବା,ରାସ୍ତାର ଉଭୟ ପାଶ୍ୱର୍ରେ ଝାଡୁ ମାରିବା,ଗ୍ରାମ ବନ୍ଧ ସଫେଇ କରିବା,ସ୍ୱଚ୍ଚ ଭାରତ ଯୋଜନାରେ ପରିବେଶ ସ୍ୱଚ୍ଚତା ଉପରେ କାର୍ଯ୍ୟ କରାଯାଇଥିଲା ।

ଏହି ଅବସରରେ ଆସିକା ଉପଖଣ୍ଡ ଚିକିତ୍ସାଳର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡଃ.ମୋହନ ବାରିକ ସ୍ୱାସ୍ଥ୍ୟକୁ ଉତମ ରଖିବାକୁ ହେଲେ ବ୍ୟାୟାମ କରିବା ଜରୁରୀ ବୋଲି ମତ ପ୍ରକାଶ କରିଥିଲେ । ବିଶେଷ କରି ଶୀତ ଦିନ ହୋଇଥିବାରୁ ଶରୀରର ଯତ୍ନ ନେବା ଅଧି ଜରୁରୀ ବୋଲି କହିଥିଲେ । ଏହା ସହିତ ଯୋଗାସାନ ସାଙ୍ଗକୁ ବ୍ୟାୟାମ ସମସ୍ତଙ୍କ ପାଇଁ ଜରୁରୀ ବୋଲି ପରାମର୍ଶ ଦେଇଥିଲା । ଏହି କାର୍ଯ୍ୟକ୍ରମରେ ବରଗାଁ ସମିତିସଭ୍ୟ ଶିବ ନାହକ, ଆଇନଜୀବୀ ଦିଲ୍ଲୀପ କୁମାର ପାଣିଗ୍ରାହି,ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାଶ, ଯୋଗଗୁରୁ ପ୍ରଶ୍ନ କୁମାର ଦାଶ,ଅଭିଭାବକ ପୁରୁଷୋତମ ପାଣିଗ୍ରାହି, ଯୁବ ଆଇନଜୀବୀ ବୁଲୁ ପାଣିଗ୍ରାହି ପ୍ରମୁଖ ଯୋଗ ଦେଇଥିଲେ ।



