
ନବରଙ୍ଗପୁର , ୧୯/୦୭/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ରେ ପ୍ରକଳ୍ପ ପ୍ରଶାସନ ର ଅଣଦେଖା ଚରମ ସୀମା ଛୁଇଁଥିବା ବେଳେ ଅଞ୍ଚଳରେ ଅସନ୍ତୋଷ ର ବହ୍ନି ଦେଖିବାକୁ ମିଳୁଛି । ପ୍ରକଳ୍ପ ପ୍ରଶାସନ ଇନ୍ଦ୍ରାବତୀ ଡେମ କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ଦୀର୍ଘ ଦିନରୁ ଇନ୍ଦ୍ରାବତୀ ଡେମ ରେ ଥିବା ୭ ଟି ଗେଟ ରେ ରଙ୍ଗ କାର୍ଯ୍ୟ ହୋଇନାହିଁ ଜରୁରୀ କାଳୀନ ପରିସ୍ଥିତି ରେ ହଠାତ ଯୋଗାଯୋଗ ପାଇଁ ଦୁରାଭାଷ ର ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ଡେମ ପାର୍ଶ୍ୱସ୍ଥ ଅଞ୍ଚଳରେ ହୋଇପାରିଲା ନାହି ।


ଡେମ କୁ ଜରୁରୀ କାଳୀନ ପରିସ୍ଥିତି ରେ ଯୁଦ୍ଧକାଳୀନ ଭୀତିରେ ଯାତାୟତ ପାଇଁ ଥିବା ରାସ୍ତା ଖରାପ ହୋଇସାରିଛି ଦୀର୍ଘ ବର୍ଷ ଧରି ଡେମ ର ଟିନୋଟି ଫାଟକ ଅଚଳ ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସରକାର ତଥା ପ୍ରକଳ୍ପ ପ୍ରଶାସନ ର ଦୃଷ୍ଟି ପଡୁନାହି ଜଳଭଣ୍ଡାର ମଧ୍ୟରେ ଜଳ ସ୍ଥର କମ ଥିବା ସମୟରେ ଗେଟ ମରାମତି ନକରି ବର୍ଷା ସମୟରେ ଗେଟ ମରାମତି ଆରମ୍ଭ କରିବାର କଣ କାରଣ ରହିଛି ବୋଲି ପ୍ରଶ୍ନ କରିବା ସହ ତୁରନ୍ତ ଡେମ ର ସମସ୍ଥ ଫାଟକ ର ଉପଯୁକ୍ତ ମରାମତି ସାଙ୍ଗକୁ






