Home ଅପରାଧ ବଦନଦୀରେ ଭାସିଯାଇଥିବା ନିଖୋଜ ଯୁବକର ସବ ନୂଆଗାଁ ନିକଟରୁ ଉଦ୍ଧାର ।

ବଦନଦୀରେ ଭାସିଯାଇଥିବା ନିଖୋଜ ଯୁବକର ସବ ନୂଆଗାଁ ନିକଟରୁ ଉଦ୍ଧାର ।

67


ବେଲଗୁଣ୍ଠା, ୧୯/୦୭/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ଗ୍ରାମ ର ଗୋବିନ୍ଦ ପାଣ୍ଡବଙ୍କ ସାନପୁଅ ଗୋପାଳ ପାଣ୍ଡବ, ୩୫ , ଙ୍କ ସବ ବଡ଼ନଦୀ ବନ୍ୟା ଜଳରେ ଭାସି ଆସି ଆଜି ଦିନ ୯.୩୦ ମିନଟରେ ବେଲଗୁଣ୍ଠା ବ୍ଲକ ନୂଆଗାଁ ହରିଜନ ସାହି ନିକଟ ବଦନଦୀରୁ ଉଧାର ହୋଇଛି । ଗତ ୧୭ ତାରିଖ ଦିନ ଗୋଟାଏ ସମୟରେ ଗୋପାଳ ପାଣ୍ଡବ(୩୫) ଶୌଚ ହେବା ପାଇଁ ନିକଟସ୍ଥ ବଦନଦୀ ଗୌଡ଼ ସାହି ତୋଠକୁ ଯାଇଥିବା ବେଳେ ଅସାବଧାନତା ଯୋଗୁଁ ଭାସି ଯାଇଥିଲା । ଏହାଦେଖି କିଛି ଲୋକ ଗୋପାଳକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ।ସଙ୍ଗେ ସଙ୍ଗେ ଭଞ୍ଜନଗର ଅଗ୍ନିଶମ ବାହିନୀ ଓ ପୋଲିସକୁ ସୂଚନା ଦିଆଯାଇଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ଗୋପାଳର କୌଣସି ଖୋଜ ଖବର ମିଳି ନଥିବା ଜଣାପଡ଼ିଛି। ଗୋପାଳର ସବ କୁ ବେଲଗୁଣ୍ଠା ପୋଲିସ ଜବତ କରି ୨୦/୨୨ ରେ ଏକ ଅପମୃତ ମାମଲା ରୁଜୁ କରି ଭଞ୍ଜନଗର ଠାରେ ଶବକୁ ବେବଛେଦ ପରେ ଗୋପାଳର ପରିବାରକୁ ହସ୍ତାନ୍ତର କରାଯାଇଥିବା ଘଟଣାର ତଦନ୍ତ କରି ଅଧିକାରୀ ଏ, ଏସ, ଆଇ, ବି ମଲିକଙ୍କ ଠାରୁ ସୂଚନା ମିଳିଛି ।