
ବେଲଗୁଣ୍ଠା, ୧୮/୦୭/୨୨ ( ଜିଲ୍ଲା ଖବର ) : ନଦୀରୁ ଉଦ୍ଧାର ହେଲା ନିଖୋଜ ମହିଳାଙ୍କ ଶବ I ଗତକାଲି ତାରସିଂ ଥାନା ଅନ୍ତର୍ଗତ ଜାଡ଼ଧାର ଗ୍ରାମରୁ ନିଖୋଜ ହୋଇଥିବା ପାଣୁ ଚରଣ ଜେନାଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ଜେନା(୪୦) ଙ୍କ ଶବ ଆଜି କୂରୂମ ପଢାଳ ନିକଟସ୍ଥ ନଦୀରୁ ଉଦ୍ଧାର କରାଯାଇଛି I ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟାରେ ଜ୍ୟୋତ୍ସ୍ନା ଗାଧୋଉଥିବା ସମୟରେ ହଠାତ୍ ନିଖୋଜ ହୋଇଯାଇଥିଲେ I ଏନେଇ ଥାନାରେ ୧୮/୨୨ ରେ ଏକ ମାମଲା ରୁଜୁ ହୋଇଥିଲା I ଆଜି ଜ୍ୟୋତ୍ସ୍ନାଙ୍କ ଶବ ଉଦ୍ଧାର ହେବା ପରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I



