
ଶେରଗଡ଼ , ୧୮/୦୭/୨୨ ( ଜିଲ୍ଲା ଖବର ) : ପ୍ରେମ ଶାଶ୍ବତ,ପବିତ୍ର ହୋଈଥିବା ବେଳେ ପ୍ରେମ ରେ ଧୋକା ଭଳି ଏକ କଳଙ୍କିତ କାହାଣୀ ଦେଖିବାକୁ ମିଳିଛି ଶେରଗଡ ଥାନା ରାମଗିରି ଗ୍ରାମରେ।

ଘଟଣା ରୁ ପ୍ରକାଶ ଯେ, ଶେରଗଡ ଥାନା ରାମଗିରି ଗ୍ରାମର ଶିବ ପ୍ରଧାନ ପରିବାରର ଗୁଜୁରାଣ ମେଣ୍ଟାଇବା ଲାଗି ଗୁଜରାଟ ର ସୁରାଟ ସହର ରେ କାମ କରୁଥିଲେ। ସୁରାଟ ରେ କାମ କରିବା ସମୟରେ ଖଲ୍ଲିକୋଟ ବ୍ଲକ ଛଚିନା ଗ୍ରାମର ସନ୍ତୋଷ ବେହେରା ଙ୍କ ଝିଅ ମାମିନୀ ଙ୍କ ସହିତ ପ୍ରେମ ସଂପର୍କ ଗଢି ଉଠିଥିଲା।

2 ବର୍ଷ ପ୍ରେମ ସଂପର୍କ ପରେ ଉଭୟେ ସୁରାଟ ର ସ୍ବାମୀ ନାରାୟଣ ମନ୍ଦିରରେ ବାହା ହୋଈଥିଲେ। ବାହାଘରର କିଛି ଦିନ ପରେ ସ୍ବାମୀ ଶିବ ସ୍ତ୍ରୀ ଙ୍କୁ ଛାଡି କୁଆଡେ ଚାଲିଯିବା ସହ ଫୋନ କୁ ସ୍ବିଚ ଅଫ କରିଛନ୍ତି।

ଯାହା ଫଳରେ ସ୍ବାମୀ ଙ୍କ କୌଣସି ଟେର ନପାଇ ସ୍ତ୍ରୀ ମାମିନୀ ବାଧ୍ୟ ହୋଇ ନିଜେ ସ୍ବାମୀ ଶିବ ଙ୍କ ଘର ସାମନାରେ ଶିବ ଙ୍କୁ ପାଈବା ଲାଗି ଧାରଣା ଦେଈଛନ୍ତି।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର ।


