Home ଅପରାଧ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରରେ ଅସ୍ବାଭାବିକ ଦମ୍ପତିଙ୍କ ମୃତ୍ୟୁ। ଶବ୍ଦ ଜବତ କଲା ପୋଲିସ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରରେ ଅସ୍ବାଭାବିକ ଦମ୍ପତିଙ୍କ ମୃତ୍ୟୁ। ଶବ୍ଦ ଜବତ କଲା ପୋଲିସ।

228

ବୁଗୁଡା , ୧୮/୦୭/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ସିମାଞ୍ଚଳ ମାର୍ଗ ଦ୍ବିତୀୟ ଲାଇନରେ ଘଟିଯାଇଛି ଏକ ଅଘଟଣ। ଘଟଣାରୁ ପ୍ରକାଶ ଯେ ପୋଲସରା ବ୍ଲକ ଅନ୍ତର୍ଗତ ଚନ୍ଦ୍ରମା ଦେଇ ପୁର ଶାସନ ଗ୍ରାମର ମନୀନ୍ଦ୍ର କୁମାର ନନ୍ଦ ତାଙ୍କ ପରିବାରକୁ ନେଇ ସିମାଞ୍ଚଳ ମାର୍ଗ ଦ୍ବିତୀୟ ଲାଇନର ଏକ ଭଡା ଘରେ ରହୁଥିଲେ।

ସେଠାରେ ବୃଦ୍ଧ ବାପା ପ୍ରଫୁଲ୍ଲ କୁମାର ନନ୍ଦ ଓ ମା ସୁମତି ନନ୍ଦ ମଧ୍ୟ ରହୁଥିଲେ। ରାତ୍ରି ଭୋଜନ ଶେଷ କରି ଶୋଇବା ପାଇଁ ଉପର ଘରକୁ ଯାଇଥିଲେ କିନ୍ତୁ ଦୈବାତ୍ ବିଧିର ବିଧାନ ବିଚିତ୍ର ଭଳି ଗତକାଲି ରାତ୍ରି କାଳରାତ୍ରି ଘଟିଯାଇଥଲା । ସ୍ତ୍ରୀ ସୁମତି ନନ୍ଦଙ୍କ ମୃତ୍ଯୁ ପରେ ସ୍ବାମୀ ପ୍ରଫୁଲ୍ଲ ନନ୍ଦ ଏକ ଟବାଲ ଦ୍ବାରା ଫେନରେ ଝୁଲି ଆତ୍ମହତ୍ୟା କରିଥିବା କଥା ଅଞ୍ଚଳରେ ଚାଞ୍ଚଲ୍ଯ ହୋଇଥିଲା। ଖବର ନେବାରେ ଜଣାଯାଇଛି ଯେ ସକାଳୁ ପୁଅ ମନୀନ୍ଦ୍ର ଉପର ଘରକୁ ଯାଇ ବାପାଙ୍କୁ ଡାକିଥିବା ବେଳେ ଭିତର ପଟୁ କିଛି ଉତ୍ତର ମିଳିନଥିଲା।

ତା’ପରେ ମନରେ ସନ୍ଦେହ ଜାତ ହେବାରୁ ମନୀନ୍ଦ୍ର ପୋଲିସକୁ ଖବର ଦେଇଥିଲେ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭିତରପଟୁ ଦିଆଯାଇଥିବା ଗେଡା କାଟି ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କଲେ ଶୁଣିବାକୁ ମିଳେ ବୃଦ୍ଧା ସୁମତି ନନ୍ଦ ବହୁଦିନରୁ ରୋଗିଣା,ପରିବାର ପ୍ରତିପୋଷଣ କରିବାରେ କଷ୍ଟସାଧ୍ୟ ହେଉଥିବା ବେଳେ ହଠାତ୍ କାହିଁକି ଏମିତି ଏକ ଘଟଣା ଘଟିଲା ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟାନ୍ବିତ ଲାଗୁଛି।

ଜଣେ ଶାନ୍ତଶିଷ୍ଟ ବୟସ୍କ ଭଦ୍ର ବ୍ଯକ୍ତି କାହିଁକି ଏପରି ପଦକ୍ଷେପ ଗ୍ରହଣ କଲେ ବୋଲି ଚର୍ଚ୍ଚା ହେଉଥିବା ସହ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଭଂଜନଗରରୁ ଶବ ବ୍ୟବଚ୍ଛେଦ ହୋଇ ଆସିବା ପରେ ନିଜ ଗ୍ରାମ ଚନ୍ଦ୍ରମା ଦେଇ ପୁର ଶାସନ ଶ୍ବଶାନରେ ଶବସଂସ୍କାର କରାଯିବ ବୋଲି ମୃତକଙ୍କ ସାନଭାଇ ମୁରଲୀଧର ନନ୍ଦ ଜଣାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର ।