
ଖଲ୍ଲିକୋଟ, ୧୮/୦୭/୨୨ ( ଜିଲ୍ଲା ଖବର ) : ଖଲ୍ଲିକୋଟ ବ୍ଲକ ଜୀବିକା ମିଶନ ତରଫରୁ ଖଲ୍ଲିକୋଟ ସ୍ଥିତ ମର୍ଦରାଜ କଲ୍ୟାଣ ମଣ୍ଡପ ପରିସରରେ ଦିନ ଦୟାଲ ଗ୍ରାମୀଣ କୌଶଳ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ଥିବା କମ ଶିକ୍ଷିତ, ଉଚ୍ଚ ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ତାଲିମ ମାଧ୍ୟମରେ ଦକ୍ଷତା ବିକାଶ କରି ନିଯୁକ୍ତି ଦେବା ପାଇଁ



ଏକ ବ୍ଲକ ସ୍ତରୀୟ କ୍ୟାମ୍ପରେ ଯୋଗଦେଇ ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା ଓ ଗୋଷ୍ଠି ଉନ୍ନୟନ ଅଧିକାରୀ ମିତାଲି ପାତ୍ର ଓ ଶିଶୁ ବିକାଶ ଅଧିକାରୀଣୀ ଯଶୋବନ୍ତି ସାହୁ ପ୍ରମୁଖ ଯୋଗ ଦେଇ ଖଲ୍ଲିକୋଟ ଏହି ଯୋଜନା ମାଧ୍ୟମରେ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ପିଲା ନିଯୁକ୍ତି ପାଇଲେଣି l


ଓଏପରିକି ଏହି ବ୍ଲକର ଦୁଇଜଣ ଆଦିବାସୀ ଯୁବତୀ ଜୋର୍ଡାନ ରେ ନିଯୁକ୍ତି ପାଇ ମୋଟା ଅଙ୍କର ଦରମା ପାଇ ଖୁସିରେ ଅଛନ୍ତି l ତେଣୁ ଗ୍ରାମାଞ୍ଚଳର ଯୁବକ ଯୁବତୀ ମାନେ ଆଗଭର ହୋଇ ଏହି ଯୋଜନା ମାଧ୍ୟମ ରେ ଦକ୍ଷତା ବଢାଇବା ସହ ନିଯୁକ୍ତି ସୁଯୋଗ ହାସଲ କରିବା ପାଇଁ ପରାମର୍ଶ ଦେବା ସହ ତାଲିମ କେନ୍ଦ୍ରରେ କୌଣସି ଅସୁବିଧା ହେଲେ ଖଲ୍ଲିକୋଟ ବ୍ଲକକୁ ଜଣାଇବା ପାଇଁ କହିଥିଲେ l


ଉକ୍ତ କାର୍ଯ୍ୟକ୍ରମକୁ ଜୀବିକା ମିଶନ ବି ପି ଏମ ବିମଲ ପ୍ରସାଦ ରାୟଗୁରୁ ପରିଚାଳନା କରିଥିବା ବେଳେ ଖୋର୍ଦ୍ଧା ,କଟକ ,ଭୁବନେଶ୍ୱରର ୬ ଗୋଟି ତାଲିମ କେନ୍ଦ୍ର ର ପି ଆଇ ଏସ ଓ ଏମ ବି କେ ମାନେ ଯୋଗ ଦେଇ ୫୫ ବେକାର ଯୁବକ ଯୁବତୀଙ୍କୁ କାଉନ୍ସେଲିଂ କରିଥିଲେ l


