
ବେଲଗୁଣ୍ଠା,୧୮/୦୭/୨୨ (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ସବୁଜ ସହର ମିଶନ ଆନୁକୂଲ୍ୟରେ ତଥା ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I



ଏହି ଅବସରରେ ସ୍ଥାନୀୟ ବାଲିଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ବୃକ୍ଷରୋପଣ କରାଯିବା ସହିତ ଛାତ୍ରଛାତ୍ରୀଙ୍କୁ ଫଳ ଗଛ ବଣ୍ଟନ କରାଯାଇଥିଲା |



ଉକ୍ତ କାର୍ଯ୍ୟକ୍ରମରେ,ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ,, ନିର୍ବାହୀ ଅଧିକାରୀ ଏସ ରାକେଶ କୁମାର ପାତ୍ର,କାଉନସିଲର୍ ପ୍ରିୟମ୍ବଦା ସାମଲ, ସହର ମିଶନ ପରିଚାଳକ ପ୍ରଫୁଲ୍ଲ ଷଡ଼ଙ୍ଗୀ, ମୁକ୍ତା ସଂଯୋଜକ ସରୋଜ ପଣ୍ଡା,ଏମ୍ପ୍ଲୟମେଣ୍ଟ ଏକ୍ସପର୍ଟ ମଙ୍ଗୁଳୁ ମୁନି, ମୁକ୍ତା ଆକାଉଣ୍ଟାଣ୍ଟ ଖିରୋଦ କୁମାର ବେହେରା,ସାନିଟେସନ୍ ସୁପରଭାଇଜର ଶିବରାମ ଚୌଧୂରି




,ସିଇଓ ଅଞ୍ଜଳି କୁମାରୀ ପଣ୍ଡା, ଟ୍ୟାକ୍ସ କଲେକ୍ଟର୍ ରବୀନ୍ଦ୍ର ତ୍ରିପାଠି, ମହେନ୍ଦ୍ର ଦାସ୍ ଏବଂ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ବିଦ୍ୟାଳୟର ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ | ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସହରାଞ୍ଚଳରେ ଶିଶୁମନଙ୍କ ମଧ୍ୟରେ ବୃକ୍ଷ ରୋପଣ ପରି ଏକ ମହତ କାର୍ଯ୍ୟପ୍ରତି ଗଠନମୂଳକ ମନୋଭାବ ସୃଷ୍ଟି କରିବାକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି |


