Wednesday, October 14, 2026
Home ଆଞ୍ଚଳିକ ବାପାଙ୍କ ମୃତ୍ୟୁ ପରେ ଠେଲା ଗାଡ଼ିରେ ପକୁଡି ବିକ୍ରି କରି ମାଟ୍ରିକ ଟପର ହେଲେ ବିକାଶ...

ବାପାଙ୍କ ମୃତ୍ୟୁ ପରେ ଠେଲା ଗାଡ଼ିରେ ପକୁଡି ବିକ୍ରି କରି ମାଟ୍ରିକ ଟପର ହେଲେ ବିକାଶ । ବୟସ ଛୋଟ କିନ୍ତୁ ଘରେ ତିନି ପ୍ରାଣୀଙ୍କ ପେଟ କୁ ଦାନା ଯୋଗାଉଛନ୍ତି ବିକାଶ ।

62

ବେଗୁନିଆ ପଡା , ୧୮/୦୭/୨୨ ( ଜିଲ୍ଲା ଖବର ) : ଇଛା ଶକ୍ତି ଥିଲେ ସବୁ ସମ୍ଭବ । ବାପାଙ୍କ ମୃତ୍ୟୁ ପରେ ଠେଲା ଗାଡ଼ିରେ ପକୁଡି ବିକ୍ରି କରି ମାଟ୍ରିକ ଟପର ହେଲେ ବିକାଶ ।ବୟସ ସିନା ଛୋଟ କିନ୍ତୁ ଘରେ ତିନି ପ୍ରାଣୀଙ୍କ ବିଧବା ମାଆ, ସାନ ଭାଇ ଏବଂ ଭଉଣୀଙ୍କ ପେଟ କୁ ଦାନା ଯୋଗାଉଛନ୍ତି ବିକାଶ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଚଳିତ ବର୍ଷ ଦଶମ ପରିକ୍ଷା ରେ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କେ.ରାଣୀପଡା ଗ୍ରାମର ଗାଁ ଗାଁ ବୁଲି ଠେଲା ଗାଡିରେ ଜଳିଖିଆ ବିକି ପରିବାର ପ୍ରତିପୋଷଣ କରୁଥିବା ବିକାଶ ଏବେ ଦଶମ ପରିକ୍ଷା ରେ ୫୩୨ ମାର୍କ ରଖି ସଫଳତା ପାଇଛନ୍ତି ।

୨୦୧୭ ମସିହାରେ ବାପା ମୀନକେତନ ସାହୁ ଙ୍କ ମୃତ୍ୟ ପରେ ପରିବାର ପ୍ରତିପୋଷଣର ସାହାରା ପାଲଟିଥିଲେ ଦୁଇ ଭାଇ ବିକାଶ ଓ ଆକଶ । ପୂବରୁ ବାପା ଜଳଖିଆ ଦୋକାନ କରି ପାରିବାର ପ୍ରତିପୋଷଣ କରୁଥିଲେ । ବାପାଙ୍କ ସେହି ଜଳଖିଆ ବୃତ୍ତି କୁ ଆପଣାଇଲେ …. ଘରେ ମା ଜଳଖିଆ ତିଆରି କରି ଦେଲେ ଗାଁକୁ ଗାଁ ଠେଲା ଗାଡିରେ ନେଇ ବିକ୍ରି କରନ୍ତି ଦୁଇ ଭାଇ । କିନ୍ତୁ ପାଠ ପଢିବା ପାଇଁ ଦୁହିଁଙ୍କ ମନରେ ରହିଥିଲା ଅଦମ୍ୟ ଇଛା ଶକ୍ତି ।

ବିକାଶ ଙ୍କ ଦୁଃଖ ଏତିକିରେ ସରିନି… ଦୁଃଖ ଆହୁରି ଦୁଇଗୁଣ ହୋଇଗଲା । ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ଘରେ ବିଧବା ମା, ଭଉଣୀ ଙ୍କ ସହ ନିଜ ପେଟ ପାଇଁ ଦାନା ଯୋଗଡ କରିବା ପାଠ ପଢାରେ ବାଧକ ସାଜିଥିଲା । ଗତ ବର୍ଷ କୋଭିଡ ସମୟରେ ପରିବାର ଅବସ୍ତା ଦୟନୀୟ ହେବାରୁ ବିପଦର ବନ୍ଧୁ ନାମକ ଏକ ସାମାଜିକ ସଙ୍ଗଠନ ଆଗେଇ ଆସିଥିଲା । ଟିଉସନ ଫିସ, ବହି, ଖାତା ଯୋଗାଇ ଦେଇଥିଲେ । ତା ପରଠୁ ବିକାଶ ଠେଲା ଗାଡିରେ ଜଳିଖିଆ ବିକ୍ରି କରିବା ସହ ପାଠ ପଢିଥିଲେ । ଏବେ ଚଳିତ ବର୍ଷ ମାଟ୍ରିକ ପରିକ୍ଷାରେ ବିକାଶ ୮୮ ପ୍ରତିଶତ ମାର୍କ ରଖି ପାସ କରିଛନ୍ତି ।

ବିକାଶ ବର୍ତମାନ ଉଚ୍ଚଶିକ୍ଷା କରି ଡାକ୍ତର ହେବା ପାଇଁ ଆଶା ରଖିଥିବା ବେଳେ ଅର୍ଥ ବାଧକ ସାଜିଛି । ତେବେ ଏବେ ବି ବିକାଶର ଘର ଝାଟିମାଟି ଘର ହୋଇଥିବାରୁ । ଦିନର ସୁର୍ଯ୍ୟ ରାତିର ଚନ୍ଦ୍ର ବିକାଶର ଘରେ ଏବେ ସେମିତି ଉଦ୍ୟମାନ ହେଉଛନ୍ତି ଆଉ ବର୍ଷା ଦିନ କଥା ନ କହିଲେ ଭଲ । ବିକାଶ ଏବେ ଉଚ ଶିକ୍ଷା ପାଇଁ ବିପଦର ବନ୍ଧୁ ସହାୟତରେ ବ୍ରହ୍ମପୁର ଯାଇଥିବା ବେଳେ ପରିବାର ପ୍ରତିପୋଷଣ ଦାୟିତ୍ୱ ସାନ ଭାଇ ଆକାଶ ହାତରେ ରହିଛି । ସାନ ଭାଇ ଆକାଶ ଏବେ ପାଠ ପଢିବା ସହ ବାକି ସମୟରେ ଠେଲା ଗାଡିରେ ଜଳଖିଆ ବିକ୍ରି କରୁଛି । ଘରେ ବିଧବା ମାଆ ଏବଂ ଷଷ୍ଠ ଶ୍ରେଣୀ ରେ ପଡ଼ିଥିବା ସାନ ଭଉଣୀ ତାକୁ ସାହାର୍ଯ୍ୟ କରୁଛନ୍ତି ।

ଗଞ୍ଜାମରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।