ପଙ୍ଗପାଳ ପ୍ରଜାତିର ଝିଣ୍ଟିକା ଚାଷୀ ଆତଙ୍କିତ l

157

ନନ୍ଦାହାଣ୍ଡି , ୧୮/୦୭/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ସରୁ ଗୁଡା ଆଦର୍ଶ ବିଦ୍ୟାଳୟ ନିକଟ ଚାଷଜମିରେ ସାଧାରଣ ଆକାରଠାରୁ ବଡବଡ ଝିଣ୍ଟିକା ଦେଖିବାକୁ ମିଳିଛି । ଏଗୁଡିକ
ଦଳଦଳ ହୋଇ ଆସି ଫସଲ ନଷ୍ଟ କରିଚାଲିଛନ୍ତି । ସ୍ଥାନୀୟ ଚାଷୀ ଏହାକୁ ପଙ୍ଗପାଳ କହୁଥିବାବେଳେ କୃଷି ବିଭାଗ ପକ୍ଷରୁ ଏହାର ଯାଞ୍ଚ କରାଯାଇ ପଦକ୍ଷେପ ନେବାକୁ ଦାବି ହୋଇଛି ।

ସରୁଗୁଡା ସ୍କୁଲ ପାଖରେ ଅଧିକାଂଶ ଜମିରେ ଏହା ଦେଖିବାକୁ ମିଳିଛି । ବଡବଡ଼ ଝିଣ୍ଟିକା ସବୁ ଧାନଗଛ ଖାଇ
ନଷ୍ଟ କରୁଥିବାରୁ ଚାଷୀଙ୍କ ଚିନ୍ତା ବଢିଯାଇଛି । ମକା ଚାଷପ୍ରତିପଙ୍ଗପାଳ ଅଧିକ ଆକର୍ଷିତ ହେଉଥିବାରୁ ଚିନ୍ତାରେ ଚାଷୀ କୂଳ । ଦଳଦଳ ହୋଇ ଝିଣ୍ଟିକାଟୁଡିକ ଆସି ଫସଲ ଖାଇ ନଷ୍ଟ କରୁଥିବା କେତେକ ଚାଷୀ କହିଛନ୍ତି ।


ସମୟ ଭିତରେ ଏହି କୀଟଗୁଡିକ ବଂଶବିସ୍ତାର କରି ବ୍ୟାପକ ଫସଲ
କରିପାରନ୍ତି ବୋଲି ଚାଷୀ କହିଛନ୍ତି ପ୍ରଶାସନ ଏଥିପ୍ରତି ଦୁଷ୍ଟି ଦେବାପାଇଁ ଅନୁରୋଧ କରିଛନ୍ତି l

ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜିଲ୍ଳା ଖବର ।