
ରାୟଗଡ଼ା , ୧୭/୦୭/୨୨ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଲିଆକୁଜି ପଂଚାୟତର ଦୁଆରଗୁଡି ଗ୍ରାମରେ ବିଦ୍ୟାଳୟ ଆରମ୍ଭ ରୁ ଆଜି ପର୍ଯ୍ୟନ୍ତ କୈାଣସି ଶିକ୍ଷକ ବିଦ୍ୟାଳୟ ଯାଇନଥି ଘଟଣା ସମ୍ପର୍କରେ ଗତ କିଛି ଦିନ ତଳେ ଖବର ପ୍ରସାରଣ ହେବାପରେ ଜିଲ୍ଲା ପାଳ ତାଙ୍କୁ ନିଲମ୍ବିତ କରିଛନ୍ତି। ସତ କିନ୍ତୁ ପ୍ରାୟ ୭ ବର୍ଷ ଧରି ବିଦ୍ୟାଳୟ ନଯିବା ସମ୍ପର୍କରେ ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପୁରୁନ ଚନ୍ଦ୍ର ବରିଆ , ପୂର୍ବତନ ବିଷମକଟକ ବି ଇଓ ଶ୍ରୀ ଜୟ ଚନ୍ଦ୍ର ପାଟିଲ ,ଏବିଓ ମଦନମୋହନ ପାଣି ଓ ସିଆର ସି ହେମନ୍ତ ପଣ୍ଡା ଏମାନେ ସିଲି ପଣ୍ଡା ଙ୍କୁ ସୁରକ୍ଷା ଦେଇ ଆସୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଯଦି ଜଣେ ଶିକ୍ଷୟିତ୍ରୀ ବିଦ୍ୟାଳୟ ଯାଉନାହାନ୍ତି ତାଙ୍କୁ ତଦାରଖ କରିବା ପାଇଁ ବିଷମକଟକ ବ୍ଲକ ଶିକ୍ଷା ବିଭାଗର ଅଧିକାରୀ ମାନେ ରହୁଛନ୍ତି। ଏମିତି ଅନେକ ଶିକ୍ଷକ ମାନେ ଅଛନ୍ତି ସେମାନେ ମଧ୍ୟ ବିଦ୍ୟାଳୟ ଯାଇନାହାନ୍ତି । ତାହା ମଧ୍ୟ ଆମେ କିଛି ଦିନ ପରେ ଆମେ ଲୋକଲୋଚନକୁ ଆଣିବୁ। ବିଷମକଟକ ଶିକ୍ଷା ବିଭାଗର ଅଧିକାରୀ ମାନେ କାର୍ଯ୍ୟ କରୁଛନ୍ତି କି ନାହିଁ ତାହା ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ତଦନ୍ତ କରିବେ ହେଲେ ୭ ବର୍ଷ ବିଦ୍ୟାଳୟ ନ ଯାଇ ୩୫ ଲକ୍ଷ ଟଙ୍କା ରୁ ଅଧିକ ଟଙ୍କା ସରକାରୀ ରାଜକୋଷରୁ ତାଙ୍କୁ ଦରମା କେମିତି ଦିଆଯାଇଛି ବୋଲି ଆମକୁ ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି। ଏଥିରୁ ଷୋଷ୍ଠ ଜଣାପଡୁଛି ଯେ ଆମ ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ମାନେ କୈାଣସି ବିଦ୍ୟାଳୟ ଯାଇ ଅନୁସନ୍ଧାନ କରୁନଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଏଥିପାଇଁ ଦାୟୀ କିଏ ଜିଲ୍ଲା ଶିକ୍ଷା ଅଧିକାରୀ ପୁରୁନ ଚନ୍ଦ୍ର ବରିଆ ନା ବିଷମକଟକ ଶିକ୍ଷା ବିଭାଗର ପୂର୍ବତନ ବିଇଓ ଜୟ ଚନ୍ଦ୍ର ପାଟିଲ ଦାୟୀ ବୋଲି ଜନସାଧାରଣ ଓ ବୁଦ୍ଧିଜୀବି ମାନେସ ଅଭିଯୋଗ କରିଛନ୍ତି। ଏହି ସମ୍ପର୍କରେ ଆମେ ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବରିଆ ଙ୍କୁ ସିଲି ପଣ୍ଡା ବିଦ୍ୟାଳୟ ନ ଯାଇ ଦରମା ନେବା ସମ୍ପର୍କରେ ଆମେ ବାରମ୍ବାର ଅଭିଯୋଗ କରିବାପରେ ମଧ୍ୟ ସେ ଆମର କୈାଣସି କଥା ଶୁଣିନଥିଲେ। କାରଣ ଭାଗ ବଣ୍ଟାରେ ଚାଲିଛି ରାୟଗଡ଼ା ଜିଲ୍ଲା ଶିକ୍ଷା ବିଭାଗ। ତେଣୁ ଜିଲ୍ଲା ପାଳ ମହୋଦୟ ଙ୍କୁ ଜନସାଧାରଣ ଙ୍କ ଅନୁରୋଧ ଯେ ଏହାର ତଦନ୍ତ କରି ଯେଉଁ ମାନେ ସିଲି ପଣ୍ଡା ଙ୍କୁ ସୁରକ୍ଷା ଦେଇ ଆସୁଥିଲେ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ଙ୍କ ଦାବି। ଏପରି ଶିକ୍ଷକ ବିଦ୍ୟାଳୟ ନ ଯାଇ ଘରେ ବସି ଦରମା ନେଉଛନ୍ତି ଓ ତାଙ୍କୁ ଯେଉଁ ଉପରିସ୍ଥ ଅଧିକାରୀ ମାନେ ସହଯୋଗ କରୁଛନ୍ତି ତଙ୍କ ବିରୋଧ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୂର୍ବତନ ସରପଂଚ ଶ୍ରୀ ପତି ଉଲ୍ଲାକା ଦାବି କରିଛନ୍ତି।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।


